ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୧୩୮ଜଣ କରୋନା ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି, ଆକ୍ଟିଭ କେସ୍ ୧୦୮୯ ଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି ।

୨-କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ ।

୩-ହଂସପାଳ ଫ୍ଲାଏଓଭରର ଶିଳାନ୍ୟାସ କରିଲେ ଅପରାଜିତା ଷଡ଼ଙ୍ଗୀ ।

୪-ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ।

୫-ରବିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଭାରତୀୟ ସେନାକୁ ମିଳିଛି ଆଉ ଏକ ସଫଳତା-ଏନକାଉଣ୍ଟରରେ ନିହତ ହେଲେ ହିଜବୁଲ ମୁଜାହିଦ୍ଦିନର ୪ ଆତଙ୍କବାଦୀ ।

୬-କାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୭୮ ଆକ୍ରାନ୍ତ ସୁସ୍ଥ, କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବାକୁ ଶ୍ରେୟ ଦେଲା ସ୍ବାସ୍ଥ୍ୟ ବିଭାଗ।

୭-କରୋନା କଟକଣାରେ ଘୋଷଯାତ୍ରା ଚିନ୍ତା:ଏଥର ହାତୀ ଟାଣିବେ ରଥ ।

୮-ବଙ୍ଗୋପସାଗରରେ ପୁଣି ଲଘୁଚାପ,୧୦ରୁ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା।

୯-ଭୁବନେଶ୍ୱର: ଗତ କାଲି ସଟଡାଉନ୍ ରେ ବି ଲୁଚାଛପା ଚିକେନ ବେପାର। କିଲୋ ଥିଲା ୩୫୦ଟଙ୍କା‌।

୧୦-କରୋନା ସଂକ୍ରମିତଙ୍କ ଠାରେ ଦେଖାଦେଉଛି ମସ୍ତିଷ୍କାଘାତ ଓ ଫୁସ୍‌ଫୁସ୍‌ ଅକାମୀ ଲକ୍ଷଣ:ପ୍ରଫେସର କେଭିନ୍‌ ଶେଠ୍‌ ।

୧୧-ରାଜ୍ୟରେ ଜୁନ୍ ୩୦ ଯାଏଁ ଖୋଲିବନି ନାହିଁ କୌଣସି ଧାର୍ମିକସ୍ଥଳ । ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପ୍ରେସ ରିଲିଜ ପରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ।

୧୨-ଭୁବନେଶ୍ୱର:ସାଲିଆସାହିରେ କରୋନା ଆତଙ୍କ, କ୍ବାରେଣ୍ଟାଇନ୍‌ରେ ଭର୍ତ୍ତି ହେଲେ ୪୪ ଜଣ।

୧୩-ପ୍ରବାସୀ ଓଡ଼ିଆଙ୍କ କର୍ମ ନିୟୋଜନ ଆହ୍ବାନ; ଦକ୍ଷତା ମ୍ୟାପିଂ ପାଇଁ ରଣନୀତି ଉପରେ ବିଶେଷଜ୍ଞଙ୍କ ଗୁରୁତ୍ବ।

୧୪-ମୋଦି ସରକାରଙ୍କ ବର୍ଷ ପୂର୍ତ୍ତି ଭର୍ଚୁଆଲ ରାଲି: ରାଜ୍ୟ ବାସୀଙ୍କୁ ଆଜି ସମ୍ବୋଧିତ କରିବେ ଶାହା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅମିତ ଶାହାଙ୍କ ଭର୍ଚୁଆଲ ର‍୍ୟାଲି...

Mon Jun 8 , 2020
ବାସ୍ତବ ବ୍ୟୁରୋ : ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ,ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ସମ୍ବୋଧନ କରିଛି ଭାରତୀୟ ଜନତା ପାର୍ଟି । ଆଜି ଆୟୋଜିତ ହୋଇଥିବା ଏହି ଭର୍ଚୁଆଲ ର‍୍ୟାଲିରେ ଉଦବୋଧନ ଦେଇ ଅମିତ ଶାହା କହିଛନ୍ତି ଯେ, ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ଏଥିପାଇଁ […]

You May Like

Pin It on Pinterest