
ବାସ୍ତବ ବ୍ୟୁରୋ : ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଥିଲା ଯେ, ଷଷ୍ଠ ସେମିଷ୍ଟାର ପରୀକ୍ଷା ଜୁନ ୨୦ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖରେ ପରୀକ୍ଷା ଶେଷ ହେବ । ଯାହାକୁ ନେଇ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ପରୀକ୍ଷା ବନ୍ଦ ଦାବିରେ ବିକ୍ଷୋଭ କରିଥିଲେ । ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରାଯାଉ ନହେଲେ ଅନଲାଇନ ପରୀକ୍ଷା ହେବ ବୋଲି ଦାବି କରିଥିଲେ ।

ରମାଦେବୀ ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣା ଦେଇଥିଲେ । ଛାତ୍ରୀମାନଙ୍କ ବିକ୍ଷୋଭ ପରେ ଘୁଞ୍ଚିଲା ରମାଦେବୀ ବିଶ୍ଵବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ବାତିଲ ପାଇଁ ଛାତ୍ରୀମାନେ ବିକ୍ଷୋଭ କରୁଥିବାବେଳେ ବର୍ତ୍ତମାନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଜୁଲାଇ ଦ୍ଵିତୀୟ ସପ୍ତାହରେ ପରୀକ୍ଷା କରିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି ।