ବାଘଛାଲ ଜବତ!

ବାଘଛାଲ ଜବତ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ବିଶ୍ୱନାଥପୁର ବନ ବିଭାଗ। ଗତ ୨୫ ତାରିଖ ଦିନ ଅମ୍ବାଦୋଲା ପଟୁ ଏକ ବ୍ଲାକ କଲର ପଲସର ବାଇକ O GCR-08-E- 0990 ଯୋଗେ ବସ୍ତାରେ ବାଘ ଛାଲ କୁ ଘୋଡାଇ ନେଉଥିବା ବେଳେ ବିଶ୍ୱନାଥପୁର ପୋଲିସ ପେଟ୍ରୋଲିଂ ଟିମ କାବୁ କରିଥିଲେ ହେଲେ ଦୃବୃତ ଫେରାର ହୋଇଯାଇ ଥିଲେ।

ହେଲେ ବିଶ୍ୱନାଥପୁର ରେଞ୍ଜ ଅଫିସର ଏକ ଟିମ ଗଠନ କରି ବାଇକ ନୁମ୍ବରକୁ ଆଧାର କରି ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ମାନେ ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଗ୍ରାମର ଲୋକନାଥ ବିଶ୍ୱାଳ,ସନ୍ତୋଷ ସେନାପତି ଓ ଲଙ୍ଗଳବେଡାର ସୁବାଷ ମାଝୀ ବୋଲି ସୂଚନା ଦେଇଛନ୍ତି। ବିଶ୍ୱନାଥପୁର ରେଞ୍ଜ ଅଫିସର କହିବାନୁଯାୟୀ ଲୋକନାଥ ଓ ସନ୍ତୋଷ କିଛିଦିନ ତଳେ ରାୟଗଡା ଫରେଷ୍ଟେ ଡିଭିଜନ ମାଣ୍ଡୁରା ଗ୍ରାମର ଜଣେ ଶିକାରୀଙ୍କ ଠାରୁ ତିନି ହଜାର ଟଙ୍କା ଦେଇ କିଣିଥିଲେ।

ହେଲେ ଅଧିକ ଟଙ୍କା ପାଇବା ଆଶାରେ ଲଙ୍ଗଲବେଡା ଗ୍ରାମର ସୁବାଷ ମାଝୀଙ୍କ ସହଯୋଗ ନେଇ ବିକ୍ରି କରିବା ପାଇଁ ଉଦ୍ୟମ କରିଥିଲେ। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣା ରେ ଜଡିତ ଥିବା ଅନେକ ଅଭିଯୁକ୍ତଙ୍କୁ କାବୁକରି ହେବ ବୋଲି ରେଞ୍ଜ ଅଫିସର ଲକ୍ଷ୍ୟ ମହାନନ୍ଦ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଶା ଆଶା ରେ ରହିଛି ନର୍ଲା ଠାରେ ହେବାକୁ ଥିବା ରେଳ କାରଖାନା?

Fri Mar 29 , 2019
କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ରୋଡ ଏକ ପ୍ରମୁଖ ରେଳ ଷ୍ଟେସନ, ଏଠାରେ ହଜାର ହଜାର ଲୋକ ମାନେ ନିଜ ନିଜର କାମ କରିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ନର୍ଲା ଏକ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ବିକାଶ ନା କିଛି ନାହିଁ, ମନେ ହେଉଛି ନର୍ଲା ଠାରେ ଆଉ ରେଳବାଇ ତରଫରୁ ହେବାକୁ ଥିବା ଏଲେଟ୍ରି ଲୋକୋମୋଟିଭି ୱର୍କସବ ବର୍ତମାନ ଶୀତଳ ଭଣ୍ଡାରରେ ,ଆଜକୁ […]

You May Like

Pin It on Pinterest