
ବାସ୍ତବ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଫରେନିଂସିରେ ଜରିଆରେ ସିଡିଏମଓ ଏବଂ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀ ମାନଙ୍କ ସହ କଥା ହୋଇଛନ୍ତି । ଚିନ୍ତା ବଢାଉଛି କୋଭିଡ ଯୋଦ୍ଧାଙ୍କୁ କରୋନା ସଂକ୍ରମଣ । କରୋନା ଲଢେଇରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣ ଏବେ ଦିନ କୁ ଦିନ ବଢ଼ି ଚାଲିଛି । ଆଜି ଭୁବନେଶ୍ବର ଏମ୍ସରେ ଆଉ ୪ଜଣଙ୍କ ଠାରେ କୋଭିଡ୍ ଭୂତାଣୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ଡାକ୍ତରୀ ଛାତ୍ର ଏବଂ ୩ କର୍ମଚାରୀ ଅଛନ୍ତି ।

ସେ କହିଛନ୍ତି ଯେ, କରୋନା ଭାଇରସ ମୁକାବିଲା ପାଇଁ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆହ୍ବାନ କରିଛନ୍ତି ।
ଆଗକୁ ମୌସୁମୀ ଆସିବାକୁ ଥିବାରୁ ଲୋକମାନଙ୍କ ମଧ୍ୟରେ ଅନ୍ୟ ପ୍ରକାରର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିର ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ମାଧ୍ୟମରେ ଘରକୁ ଘର ବୁଲି କରୋନାଭାଇରସ ସମେତ ଅନ୍ୟାନ୍ୟ ରୋଗ ଯଥା ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ଯାଞ୍ଚ କରିବାକୁ ହେବ ।
ରାଜ୍ୟରେ କୋଭିଡ ମୃତ୍ୟୁ କମ କରିବା ଓ ସୁସ୍ଥ ହାର ବୃଦ୍ଧି କରିବାରେ କୋଭିଡ ଯୋଦ୍ଧାଙ୍କ ଭୂମିକା ଉଲ୍ଲେଖନୀୟ ।ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ନିଜର ଓ ନିଜ ଟିମର ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଲୋକମାନଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରନ୍ତୁ । ତେବେ କୋଭିଡ୍ ଟିମର ନିରାପତ୍ତା ସବୁଠୁ ଗୁରୁତ୍ବ ପୂଣ୍ଣ ତେଣୁ ସେମାନେ ଯେମିତି ସଂକ୍ରମିତ ନ ହୁଅନ୍ତି ସେଥିଲାଗି ବ୍ୟକ୍ତିଗତ ସୁରକ୍ଷା ଉପକରଣ ସୁନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।