୧-ରାଜ୍ୟର ୧୪ଟି ଜିଲ୍ଲାରୁ ନୂଆ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ୩୩୮୬କୁ ବୃଦ୍ଧି । ସୁସ୍ଥ ହେଲେଣି ୨୨୮୨, ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୦୯୨ ।
୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୫୭୯, ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯,୯୯୬ ।
୩-ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
୪-କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ଘୋଷଣା କରାଯାଇଛି।ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ଛାତ୍ରଛାତ୍ରୀମାନେ ଘରେ ରହି ଏହି ପରୀକ୍ଷା ଦେବେ।
୫-ଘରକୁ ଘର ବୁଲି କୋଭିଡ୍ ପରିସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଯକ୍ଷ୍ମା, ମେଲେରିଆ ଓ ଡାଇରିଆ ସ୍ଥିତି ବି ଦେଖିବେ।

୬-ପୁଣି ଥରେ ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ, ଆଜିଠୁ ସ୍ଲଟ ବୁକିଂ ଆରମ୍ଭ।
୭-ରାଜ୍ୟର ୬ଟି ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି । କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଜୁଲାଇ, ଅଗଷ୍ଟରେ ସରୁଥିବା କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି।
୮-ବଙ୍ଗୋପସାଗରରେ ଲଘୁଚାପ; ଜୁନ୍ ୧୨ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।
୯-ଶ୍ରୀମନ୍ଦିର ସେବାୟତମାନଙ୍କୁ ମିଳିବ ଦ୍ୱିତୀୟ ପ୍ରର୍ଯ୍ୟାୟ 5 ହଜାର ଟଙ୍କା ଓ ସ୍ୱତନ୍ତ୍ର ମାସ୍କ।
୧୦-ଛାତ୍ରଛାତ୍ରୀଙ୍କ ପାଇଁ ଘରେ ଥାଇ ପଢିବାର ସୁଯୋଗ ସୃଷ୍ଟି କଲା କିସ୍, ଆରମ୍ଭ ହେଲା ଟେଲି ଇ-ଲର୍ଣ୍ଣିଂ କ୍ଲାସ୍।ଇ- ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ୧୦.୩୦ମିନିଟ୍ରେ କଳିଙ୍ଗ ଟିଭିରେ ଅଧଘଣ୍ଟା ଲେଖାଏ ଶିକ୍ଷାଦାନର ପ୍ରସାରଣ କରାଯିବ।
୧୧-କୋଭିଡ ଲଢ଼େଇରେ ସ୍ବାସ୍ଥ୍ୟ କର୍ମୀ ସେନାପତି; ବ୍ୟକ୍ତିଗତ ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।
୧୨-ଓଡିଶା ଫେରିବେ ଅଭିନେତା ବିଜୟ ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଆଣି କରିବେ ଚିକିତ୍ସା।
୧୩-ହଂକଂରୁ ନିରବ-ମୋହୁଳଙ୍କ ୧୩୫୦ କୋଟି ଟଙ୍କାର ହୀରା ଓ ଗହଣା ଜବତ କଲା ପ୍ରବର୍ତନ ନିର୍ଦେଶାଳୟ।
୧୪-ନ୍ୟୁଜିଲାଣ୍ଡ, ଆଇଲ ଅଫ ମ୍ୟାନ, ମୋଣ୍ଟେନିଗ୍ରୋ, ଫେରୋ ଆଇଲାଣ୍ଡ, ତ୍ରିନିଦାଦ ଓ ଟବାଗୋ, ଅରୁବା, ଫ୍ରେଞ୍ଚ ପଲିନେସିଆ, ମାକାଓ, ଏରିତ୍ରୀ, ତିମୋର-ଲେଷ୍ଟେ, ନ୍ୟୁ କାଲେଡୋନିଆ, ଲାଓସ, ଫିଜି, ସେଣ୍ଟ କିଟସ …ଆଦି ୨୬ ଦେଶ କରୋନା ମୁକ୍ତ।