ବାତିଲ ହେଲା ୟୁଜି ର ଷଷ୍ଠ ଓ ପିଜି ର ଚତୁର୍ଥ ସେମିଷ୍ଟାର ପରୀକ୍ଷା

ବାସ୍ତବ ବ୍ୟୁରୋରାଜ୍ୟରେ କରୋନା କଟକଣା ଯୋଗୁ ବାତିଲ ହେଲା ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାର । ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନଫରେନସିଙ୍ଗ ଜରିଆରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ବୈଠକ ପରେ ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । UGC ପ୍ରସ୍ତାବ ଅନୁସାରେ, ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା ଫଳ ବାହାରିବ ।

ତେବେ ଅଧିକ ନମ୍ବର ରଖିବା ଯୋଗ୍ୟ ଭାବୁଥିବା ପିଲା ନଭେମ୍ବରରେ ପରୀକ୍ଷା ଦେବେ । ଫାଇନାଲ ସେମିଷ୍ଟାରର ବ୍ୟାକ୍ ପେପର ଥିବା ପିଲାଙ୍କ ପରୀକ୍ଷା ବାତିଲ ହୋଇଛି । କିନ୍ତୁ ମେଡିକାଲ ପାଠ୍ୟକ୍ରମର ପରକ୍ଷା ଧାର୍ଯ୍ୟ ତାରିଖରେ ହେବ । କରୋନା ସ୍ଥିତି ମୁକାବିଲା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jun 12 , 2020
୧- ରାଜ୍ୟରେ ପୁଣି ୧୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି,୨୩୫୪ଜଣ ସୁସ୍ଥ, ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୧ ରହିଛି। ଅପରପକ୍ଷରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ୨-ଭାରତରେ ଗତ ୨୪ ଘଣ୍ଟାରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୧୦,୯୫୬ । କରୋନାରୀ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ । ୩-ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ, ପାଞ୍ଚଜଣ କର୍ମଚାରୀ କରୋନାଭାଇରସ୍‌ ଦ୍ବାରା ଆକ୍ରାନ୍ତ । ୪-ସମଗ୍ର ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ […]

You May Like

Pin It on Pinterest