୧-ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୪୭୪ ସୁସ୍ଥ ହୋଇଥିବା ବେଳେ ୧୨୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।
୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା,ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୧,୪୫୫ ।
୩-ଜାପାନର ‘ମିଶନ ମୁନ’ ସ୍ବପ୍ନ ସାକାର କରିବ ଭାରତ,ସମ୍ପୂର୍ଣ ରୋବୋଟିକ ହେବ ପୁରା ମିଶନ୍ ।
୪-ରବିବାର ସଟଡାଉନ୍ ଘୋଷଣା କଲେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

୫-ଗତ କାଲି ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିବା ୨ଜଣ ମହିଳା କାର୍ମଚାରି କୋରନା ପଜିଟିଭି ଥିବା ଯଣାପଡିବା ସହ ,ରୁପ୍ରlରୋଡ ଗ୍ରାମପାୟତର ବିଲାଟ ଗ୍ରାମର ଜଣେ ଯୁବକ ରାଜ୍ୟ ବାହାରୁ ଆସି କରେଣ୍ଟଟାଇନ ପରେଘରେ ରହିଥିବା ବେଳେ ତାର ରକ୍ତ ନମୁନା ରେ କୋରୋନା ପଜିଟିଭ୍ ଥିବା ଜଣା ପଡିବା ପରେ ରୁପ୍ରlରୋଡ ସରପଞ୍ଚ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଏବଂ ବ୍ଲକ ପ୍ରଶାସନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନର୍ଲା କୁ ସିଲ କରିଥିଲେ ଏବଂ ନର୍ଲା ର ସମସ୍ତ ଅଞ୍ଚଳ କୁ 48 ଘଣ୍ଟା ସମ୍ପୂର୍ଣ୍ଣ ଲକ୍ ଡାଉନ୍ କରିଥିବା ବେଳେ, ରୁପ୍ରlରୋଡ ପଂଚାୟତ କୁ ୨୪ ଘଣ୍ଟା ସଟଡାଉନ କରିଛନ୍ତି ।
୬-ଜୁନ ୧୭ରେ ଖୋଲିବ କଲେଜ ଓ ବିଶ୍ଵବିଦ୍ୟାଳୟ, ଶିକ୍ଷକ ଓ କର୍ମଚାରୀ ଆସିବେ। ଛାତ୍ରଛାତ୍ରୀ ଆସିବେ ନାହିଁ।
୭-ବନସ୍ତେ ଡାକିଲା ଗଜ….. ଆଜି ସଜବାଜ , ଆସନ୍ତାକାଲି ପହିଲି ରଜ। ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦେବା ଆବଶ୍ୟକ।
୮-24 ଜିଲ୍ଲାକୁ ଛୁଇଁଲା ମୈ।ସୁମୀ,ଦୁଇ ଦିନ ବର୍ଷିବ।
୯-ଜିବନ ଆଗ,ରଜ ପଛ: ଗଞ୍ଜାମରେ ରଜ ଦୋଳି, ମେଳା, ମହୋତ୍ସବରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଜୁନ୍ ୧୬ ଯାଏଁ ସକାଳ ୭ରୁ ସଂଧ୍ୟା ୭ଯାଏଁ କେବଳ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁଗା ଦୋକାନ, ଖୋର୍ଦ୍ଧାରେ ଏକାଠି ରଜ ପାଳନ ମନା ।
୧୦-ଖୋର୍ଦ୍ଧା, ବାଲେଶ୍ବର ଜିଲା ସରକାରୀ କର୍ମଚାରୀଙ୍କ ମଙ୍ଗଳବାର ସ୍ଥାନୀୟ ଛୁଟି।
୧୧-ସଟ୍ଡାଉନ୍ରେ ଘରେ ପହଞ୍ଚିବ ମାଛ, ମାଂସ : ଖୋଲା ରହିବ ଓପୋଲ୍ଫେଡ୍ ଓ ଚିଲିକା ଫ୍ରେସ୍।
୧୨-ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍ଲାଇନ୍ରେ ହେବ ବିପିୟୁଟି ପରୀକ୍ଷା।
୧୩-ଯୁକ୍ତ ଦୁଇ ବାକି ଥିବା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ, ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କଠାରୁ ଡାଟା ସିଟ୍ରେ ତଥ୍ୟ ମାଗିଲା CHSE।
୧୪-କରୋନା ପ୍ରସଙ୍ଗ: ମୋଦୀ -ନବୀନଙ୍କ ଆଲୋଚନା ୧୭ରେ।
୧୫-ନେପାଳ ପକ୍ଷରୁ ସୀମାରେ ଗୁଳି ବିନିମୟ, ଜଣେ ନାଗରିକଙ୍କ ମୃତ୍ୟୁ ଘଟିଥିବବେଳେ ଦୁଇ ଜଣ ଆହାତ ହୋଇଥିବା ସୂଚନା।
୧୬-ଗଜପତିର ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଓଡ଼ିଶା ର ଆବେଦନ।