
ବାସ୍ତବ ବ୍ୟୁରୋ : ଅଭିନେତା ଶୁଶାନ୍ତ ସିଂ ରାଜପୁତ୍ ଙ୍କ ଆତ୍ମହତ୍ୟା ,ବଲିଉଡ୍ କୁ ଆଚମ୍ବିତ କରିଛିସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ…. କାହିଁକି…? ୩୪ବର୍ଷ ବୟସ୍କ ପ୍ରିିୟ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି । ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଛି।

ତାଙ୍କର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆତ୍ମହତ୍ୟା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଖବର ପାଇ ମୁମ୍ବାଇ ପୁଲିସ ତାଙ୍କ ଘରେ ତଦନ୍ତ ପାଇଁ ପହଁଚିଥିବା ଜଣା ପଡିଛି । ମିଳିଥିବା ସୂଚନା ମୁତାବକ, ତାଙ୍କ ଘରେ କାମ କରୁଥିବା ଗୃହ ସହାୟକ ପ୍ରଥମେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ସୂଚନା ଦେଇଥିଲେ ।
ସେ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଟିଭିରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ଏକତା କପୁରଙ୍କ ‘ପବିତ୍ର ରିସ୍ତା‘ ରୁ ପରିଚୟ ମିଳିଥିଲା। ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସେ ଫିଲ୍ମ ‘କାଇ ପୋ ଚେ‘ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟର ମଧ୍ୟ ପ୍ରଶଂସା ମିଳିଥିଲା ବେଳେ ଗୋଟେ ପରେ ଗୋଟେ ସଫଳତାର ସିଢି ସେ ଚଢିବା ଆରମ୍ଭ କରିଥିଲେ ।
ଏହାପରେ ସେ ଶୁଦ୍ଧ ଦେଶୀ ରୋମାନ୍ସରେ ବାଣୀ କପୁର ଏବଂ ପରିଣୀତି ଚୋପ୍ରାଙ୍କ ସହ ନଜର ଆସିଥିଲେ। କିନ୍ତୁ ସେ ପୂର୍ବତନ ଅଧିନାୟକ ଏମ ଏସ୍ ଧୋନିଙ୍କ ଚରିତ୍ର ପାଇଁ ଅଧିକ ଚର୍ଚ୍ଚିତ ହୋଇଥିଲେ । ସୁଶାନ୍ତ ଏହା ବ୍ୟତୀତ ‘ସୋନଚିଡ଼ିଆ‘ ଏବଂ ‘ଛିଛୋରେ‘ ଭଳି ଫିଲ୍ମରେ ନଜର ଆସିଥିଲେ।