ଆଜିର ଖାସ୍ ଖବର

୧-ରାଜ୍ୟରେ ଆଜି ନୂଆ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି । ୨୭୦୮ଜଣ ସୁସ୍ଥ ୧୩୩୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି।

୨- ମୁମ୍ବାଇରେ ଅତ୍ୟାବଶ୍ୟକ କର୍ମଚାରୀଙ୍କ ଲାଗି ଲୋକାଲ୍‌ ଟ୍ରେନ୍ ସେବା ଆରମ୍ଭ କଲା ରେଳବାଇ ।

୩-ଅଫିସ୍‌ କାର୍ଯ୍ୟରେ ପାକିସ୍ତାନର ଇସ୍‌ଲାମାବାଦ ଯାଇଥିବା ୨ ଭାରତୀୟ ହାଇକମିସନ୍ କର୍ମଚାରୀ ନିରୁଦ୍ଦିଷ୍ଟ ।

୪-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୪୨୪।

୫-ସଟ୍‌ଡାଉନ୍‌ ସାଙ୍ଗକୁ କରୋନା କଟକଣା ପକାଇଲା ପ୍ରଭାବ, ଝିପିଝିପି ବର୍ଷା ଧୋଇନେଲା ପହିଲି ରଜ ମଉଜ।

୬-ହାତୀ କିମ୍ବା ମେସିନ ଦ୍ବାରା ରଥଟଣା ପାଇଁ ହାଇକୋର୍ଟଙ୍କ ପରାମର୍ଶ, ନିୟୋଜିତ ହେବେନି ୧୮ରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସର ସେବକ।

୭-ଜୁନ୍‌ ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା ସ୍ବତନ୍ତ୍ର ଓଜେଇ ଅନ୍‌ଲାଇନ୍‌ ଆବେଦନ।

୮-ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ, ଭୋଜି କରି ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ୫ ଜଣ।

୯-ଗଞ୍ଜାମରେ ଆଜିଠୁ ଲକ୍ ଡାଉନ୍-୫, ଜୁନ ୩୦ ଯାଏଁ କଟକଣା ବଳବତ୍ତର।

୧୦-CBI ଖୋଲିଲା ସିସୋର୍ ତଦନ୍ତ ପେଡ଼ି, ମାମଲାର ଚୁଡାନ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରିବ।

୧୧-TMC ( ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ )ପରିଚାଳନା ରିପୋର୍ଟ ଦାଖଲ କରିବାକୁ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ।

୧୨-ମୈ।ସୁମୀ ପ୍ରବାହ ଯୋଗୁଁ ଆଉ ୪ଦିନ ଲାଗି ରହିବ ବର୍ଷା।

୧୩-ICMR ରିପୋର୍ଟ: ନଭେମ୍ବର ମଝିରେ ଶିଖର ଛୁଇଁବ ସଂକ୍ରମଣ। ହେବ ଚରମ ସ୍ଥିତି। ଲକ୍ ଡାଉନ୍ ଯୋଗୁଁ ବଞ୍ଚାଇ ହେବ ୬୦ ପ୍ରତିଶତ ଜୀବନ।

୧୪-ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ।

୧୫-ଦେଶର ମଧ୍ୟବିତ୍ତଙ୍କୁ ଗରିବ କରିଛି କରୋନା, ଆର୍ଥିକ ଦୃଷ୍ଟିରୁ ଏହି ବର୍ଗ ସବୁଠୁ କ୍ଷତିଗ୍ରସ୍ତ: ରାହୁଳ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ୧୬ ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଆଶା ଦିଦି ଓ ଏଏନଏମ କର୍ମୀ, ଘର ବୁଲି ପ୍ରତିଟି ବ୍ୟକ୍ତି ବିଶେଷଙ୍କର କରିବେ ସ୍ୱାସ୍ଥ୍ୟ ପରୀକ୍ଷା ....

Mon Jun 15 , 2020
ବାସ୍ତବ ବ୍ୟୁରୋ: ଆଜି ଅପରାହ୍ଣରେ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତି ସଂପୂର୍ଣ୍ଣ ଆୟତ୍ତାଧୀନ ଅବସ୍ଥାରେ ରହିଛି । ହଁ, ଏକଥା ଅବଶ୍ୟ ସତ ଯେ ଲକ୍‌ଡାଉନ୍‌ ନିୟମ କୋହଳ ହେବାପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କୋଭିଡ୍‌-୧୯ ମହାମାରୀ ବିରୋଧରେ ରାଜ୍ୟରେ ଚାଲିଥିବା ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ […]

You May Like

Pin It on Pinterest