୧-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩. ୪୩ ଲକ୍ଷ ଟପିଲା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି ।୧୮୦୦୧୨ ଜଣ ସୁସ୍ଥ ହୋଇଛନ୍ତି । ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
୨-ରାଜ୍ୟରେ ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି । ୨୮୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫ ରହିଛି । ୧୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।
୩-ଆଜି ସକାଳ ୭ଟା ବେଳେ ଜମ୍ମୁ ଓ କଶ୍ମୀରରେ ୫.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୂଭୂତ ହୋଇଯାଇଛି ।
୪-ଜମ୍ମୁ-କଶ୍ମୀରର ସୋପିଆଁ ଜିଲ୍ଲାରେ ସୁରକ୍ଷା ବଳ ଦ୍ବାରା ହୋଇଥିବା ଏନ୍କାଉଣ୍ଟରରେ ମଙ୍ଗଳବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
୫-କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ଲକ୍ଷାଧିକ ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ଲାଗି ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଇତିମଧ୍ୟରେ ରେଳ ବିଭାଗ ପକ୍ଷରୁ ଏହି ଶ୍ରମିକଙ୍କୁ କାମ ଦେବ,ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାକୁ ସାମିଲ କରାଯାଇଛି ।

୬-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଜାମିନରେ ଯିବା ପରେ ଅଭିଯୁକ୍ତ ଲଗାଇବେ ଶହେ ଗଛ।
୭-ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ତତ୍ପରତା,୧୭ରୁ ଶିକ୍ଷାନୁଷ୍ଠାନ ଆସିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ,ଆଜି ମନ୍ତ୍ରୀଙ୍କୁ ଭେଟିବେ ସବୁ ଅଧ୍ୟାପକ ସଂଘ।
୮-ଭୁବନେଶ୍ୱର:୧୨ ଶିକ୍ଷାନୁଷ୍ଠାନରେ ଖୋଳିବ B.Sc(କୃଷି) ପାଠ୍ୟକ୍ରମ।
୯-ଜୁନରେ ସ୍ବଭାବିକ ଠାରୁ ୨୩%ଅଧିକା ବର୍ଷା ।୧୯ରେ ଲଘୁଚାପ,୧୮ରୁ ବଢ଼ିବ ବର୍ଷା।
୧୦-ବଡ଼ ଝଟକା!ଏ ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବନି ଦରମା, ଆସନ୍ତା ବର୍ଷ ପର୍ଯ୍ୟନ୍ତ କରିବାକୁ ପଡିବ ଅପେକ୍ଷା।
୧୧-PNB 32କୋଟି ଠକେଇ ଘଟଣା:ଇଡି ସ୍କାନରରେ ଗ୍ଲୋବାଲ ଟ୍ରେଡିଂ ସଲ୍ଯୁସନ।



