
ବାସ୍ତବ ବ୍ୟୁରୋ: ୭୦ ଦଶକ ପରେ ପ୍ରଥମ ଥର ପାଇଁ LAC ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଛି । ଗଲ୍ୱାନ୍ ଘାଟିରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଘଟି ଭାରତୀୟ ସେନାର ୩ଜଣ ଯବାନ ଏବଂ ଚୀନ ପକ୍ଷର ୫ ସୈନିକ ମୃତ୍ୟୁବରଣ କରିଥିବା ଜଣା ପଡିଛି ।
ପୂର୍ବ ଲଦାଖ ସେକ୍ଟର୍ର ଚାରି ବିବାଦୀୟ ସ୍ଥାନ ମଧ୍ୟରୁ ଅନ୍ୟତମ ବିବାଦୀୟ ସ୍ଥଳ ଗଲ୍ୱାନ୍ ଘାଟି । ଭାରତୀୟ ସେନାର ଜଣେ କମାଣ୍ଡିଙ୍ଗ୍ ଅଫିସର୍ ଏବଂ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । LAC ରେ ଗୁଳିଗୋଳା ଚାଳନା କରା ନ ଯାଇ ଠେଙ୍ଗା ଓ ଟେକାପଥର ଦ୍ବାରା ଭାରତୀୟ ସୈନିକମାନଙ୍କୁ ଆକ୍ରମଣ କରାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି । ତେବେ ଭାରତୀୟ ସୈନିକମାନେ ପ୍ରଥମେ ଆକ୍ରମଣ କରିଥିବା କଥା ଚୀନ୍ ସେନା ଅଭିଯୋଗ କରିଛି । ତେବେ ଆଗକୁ ଅପ୍ରୀତିକର ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ସୀମାରେ ସୈନ୍ୟବଳ ମୁତୟନ କରାଯାଇଛି । ଚୀନ୍ ଉପରେ ଅଧିକ ନଜର ମଧ୍ୟ ରଖାଯାଇଛି ।
ଗଲଭାନ ଘାଟୀରେ ଚୀନ ସେନାର ଆକ୍ରମଣରେ 3 ଭାରତୀୟ ଯବାନ ସହୀଦ ହେବା ପରେ, ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ସୂଚନା । ବୈଠକରେ ତିନି ସେନା ପ୍ରମୁଖ ଏବଂ ସିଡିଏସ ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା । ବୈଠକରେ ଚୀନ ସେନା ସହ ହୋଇଥିବା ସଘର୍ଷ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ସୂଚନା ଦେଉଛନ୍ତି ସେନା ପ୍ରମୁଖ ।
ଉଲ୍ଲେଖନୀୟ କଥା ହେଉଛି , ଅତୀତରେ ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ନିଆଯାଇଥିଲା କି, ଚୀନ୍ ସେନା ଗାଲଭାନ୍ ଉପତ୍ୟକାର ପେଟ୍ରୋଲିଂ ପଏଣ୍ଟ 14 , 15 ଏବଂ 17 A ରୁ ପଛକୁ ଫେରିବେ । ଚୀନ୍ ସେନା ଶୋକ ନଦୀ ଏବଂ ଗାଲଭାନ୍ ନଦୀ ମୁହାଣକୁ ଆସିଥିଲା । ସେ ମଧ୍ୟ ଧୀରେ ଧୀରେ ପଛକୁ ଯାଉଥିଲେ , କିନ୍ତୁ ସମ୍ପୂର୍ଣ୍ଣ ପଛକୁ ଫେରି ନଥିଲେ ।

ଗତକାଲି ନିଷ୍ପତ୍ତି ନିଆଯାଇଥିଲା ଯେ ଚୀନ୍ ସେନା ସମ୍ପୂର୍ଣ୍ଣ ରୂପେ ଫେରିବ । ହେଲେ ଏହି ନିଷ୍ପତ୍ତି ପରେ ଚୀନ୍ ସେନା ପଛକୁ ଫେରିବାକୁ ମନା କରିଥିବାରୁ ସଂଘର୍ଷ ଘଟିଥିଲା । ଚୀନ୍ ସୀମାରେ ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ବୋଲି ଜଣାପଡିଛି ।
