ଆଜିର ଖାସ୍ ଖବର…

୧-ଆଜି ଓଡ଼ିଶାରେ ୧୭୫ କରୋନା ପଜିଟିଭ ଚିହ୍ନଟ । ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୩୩୮ରେ ପହଂଚିଥିବାବେଳେ ୨୯୭୪ ଜଣ ସୁସ୍ଥ ହୋଇଛନ୍ତି ।

୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୪୦୬୫ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୫,୨୨୭ ଜଣ ସୁସ୍ଥ ହୋଇଛନ୍ତି । ବାକି ୧୧,୯୦୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୨୨୭ ରହିଛି ।

୩-ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।

୪-ଶ୍ରୀମନ୍ଦିରରେ ଅଣସର ଘରେ ଅସୁସ୍ଥ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଛି ।

୫-ବିଶ୍ବବିଦ୍ୟାଳୟ ଓ କଲେଜ ନ ଖୋଲିବାକୁ ଦାବି କଲା ଅଧ୍ୟାପକ ସଂଘ । ଜୁଲାଇ ୩୧ ପର୍ଯ୍ୟନ୍ତ କଲେଜ ବନ୍ଦ ରଖିବା ଓ ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି।

http://affiliates.guruskool.in?ref=392

୬-ଆସନ୍ତା ୧୮ରେ ରଥଯାତ୍ରା ମାମଲାର ଶୁଣାଣି: ଏପଟେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପାଇଲେ ପୁରୋହିତ।

୭-କରୋନା ପାଇଁ ପୁରୀରେ ଜୁଡ଼ିସିଆଲ କୋର୍ଟରେ ତାଲା ପଡ଼ିଛି ।

୮-ଡିସ୍‌କଭରୀ ପ୍ଲସ୍‌ରେ ପ୍ରସାରିତ ହେବ ଓଡ଼ିଶା ସରକାରଙ୍କ ବାତ୍ୟା ପ୍ରସ୍ତୁତି ‘ଲିସେନ୍‌ ଟୁ ଦ ସି’।

୯-ପ୍ରତ୍ୟେକ ଦିନ 2ରୁ ସକାଳ 6 ଟା ପର୍ଯ୍ୟନ୍ତ ସଟଡାଉନ ହେବ ଖୋର୍ଦ୍ଧା ସବଡିଭିଜନ, ଜିଲ୍ଲା ପ୍ରଶାସନର ନିଷ୍ପତି।ଭୁବନେଶ୍ୱରରେ ଏହି ନିୟମ ଲାଗୁ ହେବ ନାହିଁ ।

୧୦-ଚୀନ ସୀମାରେ ସହିଦ ୨୦ ଯବାନଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ ।

୧୧-ଭୁବନେଶ୍ୱର: ସ୍ବାସ୍ଥ୍ୟ ବିଭାଗ ତତ୍ପର,କରୋନା ସହିତ ଠାବ କରାଯିବ ଡାଇରିଆ ,ମ୍ୟାଲେରିଆ, ଡେଙ୍ଗୁ, ଯକ୍ଷ୍ମା ଓ ଅଣବାହିତ ରୋଗ ।

୧୨-ବଦଳିଛି କରୋନାର ଚିତ୍ର ଓ ଚରିତ୍ର, ବଢୁଛି ଆରୋଗ୍ୟ ହାର,୫୨.୪୭%ସୁସ୍ଥ ।

୧୩-ବେସରକାରୀ ସ୍କୁଲ ମାନଙ୍କର ଫି’ ବୃଦ୍ଧି ଓ ଆଦାୟକୁ ଅଭିଭାବକଙ୍କ ବିରୋଧ ।

୧୪-ବଢ଼ିଲା ଘରୋଇ ବସ୍ ଭଡ଼ା: ଡିଲକ୍ସ ଓ ଏସି ଡିଲକ୍ସ ବସରେ ୬ପଇସା ଓ ଅର୍ଡିନାରୀ ଏବଂ ଏକ୍ସପ୍ରେସରେ ବଢିଲା ୩ପଇସା,ତେଲ ଦର ବଢିବାରୁ ବଢିଲା ଭଡା ।

୧୫-ଗଲ୍‌ଓ୍ଵାନ ସୀମାରେ ଭାରତ-ଚୀନ ସଂଘର୍ଷ, ଭାରତର ୨୦ ସୈନିକ ସହିଦ ଓ ଚୀନର ୪୩ ସୈନିକ ମୃତାହାତ ।

୧୬-ପୂର୍ବ ଲଦାଖ ର ଗଲ୍‌ୱାନ୍ ଉପତ୍ୟକା ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ପରିବାର ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଶୋକ ପ୍ରକାଶ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ଓଡ଼ିଶା କୁ କେନ୍ଦ୍ର ସରକାର ଦେଲେ ୫୬୪ କୋଟି..

Wed Jun 17 , 2020
ବାସ୍ତବ ବ୍ୟୁରୋ-୧୫ତମ ଅର୍ଥ ଆୟୋଗର ସୁପାରିଶ କ୍ରମେ ୨୦୨୦-୨୧ ପାଇଁ ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିବାକୁ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ମୋଟ ୧୫୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଥିବାରୁ, କେନ୍ଦ୍ର ସରକାର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁଦାନର ପ୍ରଥମ କିସ୍ତି ବାବଦରେ ଏହି ରାଶି ପ୍ରଦାନ କରାଯାଇଛି । […]

You May Like

Pin It on Pinterest