୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ଆଉ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୫୧୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୩,୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୦୧ ରହିଛି । ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

୨-ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ରାଜପ୍ରାସାଦ ବିଜେ ।
୩-ଚଳିତବର୍ଷ କେନ୍ଦ୍ରାପଡ଼ା ଓ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାବାହୁଙ୍କ ରଥ ଗଡ଼ିବ ନାହିଁ । ବାଲେଶ୍ବର, କନ୍ଧମାଳ, ସମ୍ବଲପୁର, ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ରଥଯାତ୍ରା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
୪-ସମଗ୍ର ଦେଶରେ ୩୬୬,୯୪୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୩୨୪ ଜଣ ସୁସ୍ଥ ହୋଇଥିବାବେଳେ ୧୨୨୩୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୩୮୪ ରହିଛି ।
୫-ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହେଲା ଭାରତ ।
୬-ପ୍ରବାସୀଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ ମୋଦୀ ।
୭-ଏକ୍ରାମ ଖାଁ ଆକ୍ରମଣ ଲାଗି ୧୩ ବର୍ଷ, କଳାପାହାଡ଼ ଲାଗି ୯ ବର୍ଷ ବନ୍ଦ ହୋଇଛି ରଥଯାତ୍ରା ।
୮-ରାଜ୍ୟରେ ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ, ଅସୁବିଧା ଭୋଗିଲେ ଅଧ୍ୟାପକ ଓ କର୍ମଚାରୀ ।
୯-କଳିଙ୍ଗ ଷ୍ଟାଡ଼ିଅମରେ ପ୍ରତିଷ୍ଠା ହେବ ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ ଏକ୍ସଲେନ୍ସ।
୧୦-କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ:ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ରହିବ।ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ କୋଭିଡ୍ କେୟାର ହୋମ୍ରେ ରଖାଯିବ।
୧୧-କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ।
୧୨-ରାମ ମନ୍ଦିର ନିର୍ମାଣ ପାଇଁ ଜୁଲାଇ ୨ରେ ଭୂମି ପୂଜନ, ସାମିଲ୍ ହେବେ ପ୍ରଧାନମନ୍ତ୍ରୀ।
୧୩-ଆଜିଠୁ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ଆରମ୍ଭ। ସବୁ ବିଦ୍ୟାର୍ଥୀଙ୍କ ବୃତ୍ତି ପାଇଁ ‘ଓଡିଶା ସ୍କଲାରସିପ ପୋର୍ଟାଲ’।
୧୪-ମୋଦୀଙ୍କୁ ନବୀନଙ୍କ ପ୍ରସ୍ତାବ: ଯୁକ୍ତ ୨ ପରୀକ୍ଷା ପରେ ହେଉ ଜାତୀୟ ପ୍ରବେଶିକା, ରେଳ-ବିମାନ ଚଳାଚଳ ଉପରେ ଲାଗୁ ପ୍ରତିବନ୍ଧକ।
୧୫-ସତର୍କ ରୁହ ୩ସେନା..ଗଲୱାନ ଘାଟିରେ ସଙ୍ଘର୍ଷ ପରେ ୩ ସେନାକୁ ହାଇ ଆଲର୍ଟ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ।



