୧-ଆଜି ରାଜ୍ୟରେ ୧୭ଟି ଜିଲ୍ଲାରୁ ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୭୭କୁ ବୃଦ୍ଧି । ୩,୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
୨-୪୫୨ ବର୍ଷରେ ୩୨ଥର ବନ୍ଦ ହୋଇଛି ରଥଯାତ୍ରା ।
୩-୨୧ରେ ବଳୟ ସୂର୍ଯ୍ୟ ପରାଗ, ଓଡ଼ିଶାରେ ଦୃଶ୍ୟ ମାନ ହେବ ଆଂଶିକ ପରାଗ।

୪-ଓଡିଶାର ବୀର ସହୀଦ ଯବାନଙ୍କ ଆଜି ହେବ ଶେଷ କୃତ୍ୟ।
୫-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ୩୮୦୫୩୨ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪୭୧୦ ଜଣ ସୁସ୍ଥ। ବାକି ୧୨୫୭୩ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୨୪୮ ରହିଛି।
୬-ଆଜି ୧୯ଟି ରାଜ୍ୟସଭା ଆସନ ନିମନ୍ତେ ୮ଟି ରାଜ୍ୟରେ ନିର୍ବାଚନ କରାଯିବ ।
୭-ସୋମବାର ଗଲୱାନ ଘାଟିରେ ସଂଘର୍ଷ ସମୟରେ ଚାଇନା କୌଶଳକ୍ରମେ ୧୦ଜଣ ଭାରତୀୟ ଯବାନଙ୍କୁ ପଣବନ୍ଦୀ କରି ନେଇଥିଲା । ଆଲୋଚନା ପରେ ସମସ୍ତ ଯବାନଙ୍କୁ ଛାଡିଲା ଚାଇନା।
୮-କ୍ରମାଗତ ୧୩ ଦିନ ହେଲା ନିୟମିତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପିଛା ଦର ୫୬ ପଇସା ଓ ଡିଜେଲ ୬୩ ପଇସା ବଢାଳି।
୯-ଆଜି ଚୀନ୍ ପ୍ରସଙ୍ଗରେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ।
୧୦-ଦକ୍ଷିଣ କାଶ୍ମୀରରେ ସେନାଙ୍କୁ ବଡ଼ ସଫଳତା ମିଳିଛି । ସେଠାରେ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିପାତ ହୋଇଛନ୍ତି ।
୧୧-ସଟ୍ ଡାଉନ୍ ଯୋଗୁଁ ମାଟ୍ରିକ ଖାତା ଦେଖା ପ୍ରଭାବିତ, ଜୁନରେ ସରିବ ମୂଲ୍ୟାୟନ, ଜୁଲାଇରେ ପରୀକ୍ଷା ଫଳ।
୧୨-ପାଣିପାଗ: ଆଜିଠୁ ବର୍ଷା ବଢିବ, ଆସନ୍ତାକାଲି ଠାରୁ ୩/୪ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଅଧିକ ହେବ।
୧୩-ବଢୁଛି ବିଦ୍ୟାର୍ଥୀଙ୍କ ଅବସାଦ, ମୋବାଇଲ୍ ମୋହରେ ବାଟ ହୁଡିଲେଣି ଲକ୍ଷାଧିକ ଛାତ୍ରଛାତ୍ରୀ।
୧୪-ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟ ଯୁବ କଂଗ୍ରେସ ସଭାପତି।
୧୫-ନୟାଗଡରେ ଠାବ ୫୦୦ ବର୍ଷ ତଳ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ।
୧୬-ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ।୩୩ଯୁଦ୍ଧ ବିମାନ କିଣିବ ଭାରତ।
୧୭-ନୂଆ ଦିଲ୍ଲୀ:ତେଜୁଛି ଚୀନ ବିରୋଧି ନିଆଁ, ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଜୋରଦାର।
