ଆଜି ସଂଧ୍ୟା ୬ଟାରେ ଛତିଶାନିଯୋଗ ଓ ପରିଚାଳନା କମିଟିର ବୈଠକ ବସିବ…ଗଡ଼ିବ କି ବଡଦାଣ୍ଡେ ରଥ ?

ବାସ୍ତବ ବ୍ୟୁରୋ: ଆଜି ସଂଧ୍ୟା ୬ଟାରେ ଛତିଶାନିଯୋଗ ଓ ପରିଚାଳନା କମିଟିର ବୈଠକ ବସିବ…ଗଡ଼ିବ କି ମହାପ୍ରଭୁଙ୍କ ରଥ ? ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇ କହିଛନ୍ତି କି,ସଂଧ୍ୟା ୬ଟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ । କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ । ସଂଧ୍ୟାରେ ଛତିଶାନିଯୋଗ ସହ ଆଲୋଚନା କରିବା ପରେ ନୀତି ନିଷ୍ପତି ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ଆଲୋଚନା କରାଯିବ ।

ଏ ପରିପ୍ରେକ୍ଷୀରେ, ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି କି, ରଥଯାତ୍ରା ନିଷ୍ପତିର ପୁନର୍ବିଚାର କରାଯାଉ । କମ୍ ସେବାୟତ ଓ ପୁଲିସ ସହୟତାରେ ହୋଇପାରିବ ରଥଯାତ୍ରା ।

ଚଳିତ ବର୍ଷ ବଡଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାୟର ପୁନଃବିଚାର ପାଇଁ ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । ତେବେ ଏହି ପିିଟିସନରେ ସୁପ୍ରିମକୋର୍ଟରେ ତାଲିକା ଭୁକ୍ତ ହୋଇନାହିଁ । ଆସନ୍ତା ସୋମବାର ଏହା ତାଲିକା ଭୁକ୍ତ ହେବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।ଏହି ସବୁର ଦ୍ଵନ୍ଦ ଭିତରେ ଭକ୍ତ ଙ୍କ ମନରେ ଅନେକ ପ୍ରଶ୍ନ, ପୁନଃବିଚାର ର ପିିଟିସନ କୁ ନେଇ ଦେଖାଦେଇଛି ଅନେକ ଆଶା ଓ ଆକାଂକ୍ଷା ତେବେ କଣ ଗଡ଼ିବ କି ବଡଦାଣ୍ଡେ ମହାପ୍ରଭୁଙ୍କ ରଥ ?

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ,ଦେଶର ସୁରକ୍ଷା ପାଇଁ ସେନା ସବୁ କିଛି କରିପାରେ ତାଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି-ପ୍ରଧାନମନ୍ତ୍ରୀ...

Fri Jun 19 , 2020
ବାସ୍ତବ ବ୍ୟୁରୋ: ଚୀନ ଓ ଭାରତ ସୀମା ବିବାଦକୁ ନେଇ ଆଜି ହୋଇଥିବା ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମର କୌଣସି ପୋଷ୍ଟ କାହା କବଜାରେ ନାହିଁ । ଆମର ଗୋଟିଏ ବି ଇଞ୍ଚ ଜାଗାକୁ କେହି ଆଖି ଉଠେଇ ଦେଖିପାରିବେ ନାହିଁ । ଭାରତ ମାତା ଉପରେ କେହି ନଜ଼ର ପକାଇବ ତ ପରିଣାମ ଭୟଙ୍କର ହେବ, ଦେଶର ସୁରକ୍ଷା ପାଇଁ ସେନା ସବୁ […]

You May Like

Pin It on Pinterest