ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଶ୍ରମିକଙ୍କ କଲ୍ୟାଣକୁ ନଜ଼ରରେ ରଖି, ସେମାନଙ୍କୁ କାମ ଦେବା ଓ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ସହ ଗ୍ରାମୀଣ ବିକାଶର ସମ୍ଭାବନାକୁ ସୃଷ୍ଟି କରିବା ଲକ୍ଷରେ ଶୁଭାରମ୍ଭ କରିଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । 

ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ବିହାର ର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ୫୦ ହଜାର କୋଟି ଟଙ୍କାର ଯୋଜାନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତ ଥିଲେ । ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଅନ୍ତର୍ଗତ ୧୧୬ଟି ଜିଲ୍ଲା ପାଇଁ ଏହି ଅଭିଯାନ ପ୍ରଯୁଜ୍ୟ ।

ଏହାରି ମଧ୍ୟରେ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡ଼ି ହୋଇଛି । ଯାହା ଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇ ପାରିବେ । କରୋନା ସଂକଟ ସମୟରେ ରୋଜଗାର ସୃଷ୍ଟି କରି ପ୍ରତ୍ୟେକ ଘର ଓ ସବୁ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଏହି ଅଭିଯାନ ବହୁତ ବଡ଼ ପଦକ୍ଷେପ, ଯାହା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି,ଗତ ୬ ବର୍ଷ ଧରି ମୋଦି ସରକାର ଗାଁ, ଗରିବ ଏବଂ ଶ୍ରମିକଙ୍କୁ ନିଜସ୍ୱ ଯୋଜନାରେ କେନ୍ଦ୍ରରେ ରଖିବା ସହ ସେମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ଦିଗରେ ଉଦ୍ୟମ କରୁଛନ୍ତି । ଏହି ଅଭିଯାନକୁ ସଫଳ କରିବା ପାଇଁ ଏବଂ ଦେଶରେ ରୋଜଗାର ଓ ସ୍ୱରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଂକଳ୍ପବଦ୍ଧ ।

ମୌଳିକ ସୁବିଧା ସହ ଜଡ଼ିତ ୨୫ଟି ଭିନ୍ନଭିନ୍ନ କାମରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର କାମକୁ ମଧ୍ୟ ସାମିଲ କରାଯାଇଛି । ଗରିବ କଲ୍ୟାଣ ରୋଜଗାର ଯୋଜନା ମାଧ୍ୟମରେ ଆମର ଶ୍ରମିକମାନଙ୍କୁ ସେମାନଙ୍କର ଆଗ୍ରହ ଏବଂ ଦକ୍ଷତା ଅନୁଯାୟୀ ନିଜ ଗ୍ରାମରେ ନିଯୁକ୍ତି ଯୋଗାଇ ଦିଆଯିବ । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରଥଯାତ୍ରା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ଚିଠି ଲେଖି ଅନୁରୋଧ କଲେ ଗଜପତି ମହାରାଜ

Sat Jun 20 , 2020
ବାସ୍ତବ ବ୍ୟୁରୋ : ଆଜି ସନ୍ଧ୍ୟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁରୀ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି । ଗଜପତି ଏହି ଚିଠି ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଲେଖିଛନ୍ତି । ନିଜ ଚିଠିରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଉଲ୍ଲେଖ କରିଛନ୍ତି । ରଥଯାତ୍ରା ସ୍ଥଗିତ ରଖିବା ନେଇ ସୁପ୍ରିିମ୍‌ କୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ରାଜ୍ୟ ସରକାର […]

You May Like

Pin It on Pinterest