ଆଜିର ଖାସ୍ ଖବର

୧-ଆଜି ଆନ୍ତର୍ଜାତୀୟ ଯୋଗ ଦିବସ,ଘରେ ପରିବାର ସହିତ ପାଳନ କରିବାକୁ ମୋଦିଙ୍କ ନିବେଦନ ।

୨-ଆଜି ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।ଦିନରେ ଲୁଚିବ ସୂର୍ଯ୍ୟ, ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଆଜି ଦିନ ୨ଟା ୩୦ ଯାଏଁ ପାକ ନିଷେଧ ।

୩-ଶେଷ ହେଲା ମହାପ୍ରଭୁଙ୍କ ୧୫ ଦିନର ଅଣସର ।

୪- ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହାପରେ ପାଗ ଶୁଖିଲା ଓ ଖରାଟିଆ ରହିବ। ବିଶେଷ କରି ଆସନ୍ତାକାଲି ରାଜ୍ୟର ୬ଟି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅଞ୍ଚଳଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 

୫-ଆସନ୍ତା ୨୩ ତାରିଖ ପରେ ରାଜ୍ୟରେ ଦୁର୍ବଳ ହେବ ମୌସୁମୀ ବାୟୁ, ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।

୬-କରୋନା ମୁକାବିଲା: ‘କୋଭିଡ୍‌ କେୟାର ଫାସିଲିଟି’ରେ ରହିପାରିବେ ୭୦ହଜାର ଲୋକ,ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍‌ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୭-ଭୁବନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କଲା BMC।

୮-ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୧୦ ହଜାର ୪୬୧ ରେ ପହଂଚିଛି । । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୬୯ ହଜାର ୪୫୧ ସକ୍ରିୟ ଥିବା ବେଳେ ୨, ୨୭ ହଜାର ୭୫୬ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଭାରତରେ ୧୩ ହଜାର ୨୫୪ ଜଣଙ୍କ ମୃତ୍ୟୁ ଘଟିଛି । 

୯-ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ITBP ଯବାନମାନେ ସମୁଦ୍ର ପତନରୁ ୧୮ ହଜାର ଫୁଟ ଉଚ୍ଚରେ ଲଦାଖରେ ଯୋଗ ଏବଂ ପ୍ରାଣାୟାମ ପ୍ରଦର୍ଶନ କରିଛନ୍ତି ।

୧୦-ବାଲାକୋଟ ସେକ୍ଟରରେ ଆଜି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା  ପାକିସ୍ତାନ । ଶୋପିଆରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି ।

୧୧-ଗୋଟି ଗୋଟି କରି ଚାଇନିଜ୍ ସାମାନ ଉପରେ ଲାଗିବ ବ୍ୟାନ୍, ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର।

୧୨-ବିଶ୍ୱରେ ୮୯ ଲକ୍ଷ ୧୩ ହଜାର ୫୨୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୪ ଲକ୍ଷ ୬୬ ହଜାର ୬୮୪ ଜଣଙ୍କର ମୃତ୍ୟୁ ହୋଇଛି । ୪୭ ଲକ୍ଷ ୩୭ ହଜାର ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ ୩୭ ଲକ୍ଷ ୮ ହଜାର ୮୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ରାଜ୍ୟରେ ୩୦୪ କରୋନା ପଜିଟିଭ

Sun Jun 21 , 2020
ବାସ୍ତବ ବ୍ୟୁରୋ–ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩୦୪  ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ କୁ ବୃଦ୍ଧି ପାଇଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୧୬୦୭ ଜଣ ଚିକିତ୍ସାଧୀନ ଥିବାବେଳେ ୩୫୩୪ ଜଣ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest