ବାସ୍ତବ ବ୍ୟୁରୋ–ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୦୭ ଜଣ ଚିକିତ୍ସାଧୀନ ଥିବାବେଳେ ୩୫୩୪ ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ମୃତକଙ୍କ ସଂଖ୍ୟା ୧୪ ରେ ପହଞ୍ଚିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୨ ଜଣ ସ୍ଥାନୀୟ ଲୋକ । ୩୦୪ ସଂକ୍ରମିତଙ୍କ ମଧ୍ୟରୁ ଢେଙ୍କାନାଳ, ବଲାଙ୍ଗୀର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ, ମାଲକାନଗିରି ଓ ସମ୍ବଲପୁର ରୁ ୨, ନୟାଗଡ ଓ ପୁରୀ ରୁ ୩ , ସୋନପୁର ରୁ ୪, ଖୋର୍ଦ୍ଧା ଓ କେନ୍ଦ୍ରାପଡା ରୁ ୫, ମୟୁରଭଞ୍ଜ ରୁ ୬, ଭଦ୍ରକ ରୁ ୧୧, କନ୍ଧମାଳ ରୁ ୧୨, କଟକ ରୁ ୧୩ , ବରଗଡ ରୁ ୧୪, ବାଲେଶ୍ବର ରୁ ୧୭, ଯାଜପୁର ରୁ ୨୧, ଝାରସୁଗୁଡା ରୁ ୨୫, ଜଗତସିଂହପୁର ରୁ ୨୯, ଗଞ୍ଜାମ ରୁ ୪୦ ଏବଂ ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ ରହିଛନ୍ତି ।
