୧-ଆଜି ରାଜ୍ୟରେ ୧୪୩ ଜଣ କରୋନା ବଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଞ୍ଚିଛି । ୩୭୨୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୨ରହିଛି । ୧୪ ଜଣଙ୍କର ମୃତ୍ୟୁ ହୋଇଛି ।
୨-ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।
୩-ଆଜି ସୁପ୍ରିମ କୋର୍ଟରେ, ଦିନ ୧୧ଟାରେ, ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ ରଥଯାତ୍ରା ମାମଲାର ଶୁଣାଣି ହେବ ।
୪-ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ, ଗୁଇନ୍ଦା ବିଭାଗର ସୁରକ୍ଷାକର୍ମୀଙ୍କୁ ସୂଚନା, ଆତଙ୍କବାଦୀ ଦିଲ୍ଲୀରେ କରିପାରନ୍ତି ବଡଧରଣର ଆକମ୍ରଣ।
୫-ଲଗାତାର ୧୬ ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୩ ପଇସା ବଢିଥିବା ବେଳେ ଡିଜେଲ ୫୮ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଦର ୮୦ ଟଙ୍କାରେ ପହଞ୍ଚିଛି ।
୬-ଜୁଲାଇ ୧ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ।
୭-କରୋନାର ଚିକିତ୍ସା ପାଇଁ ଗ୍ଲେନମାର୍କ ପରେ ସିପ୍ଲା ଲଂଚ କରିବ ସିପ୍ରମି ନାମକ ଔଷଧ ।
୮-ପରଲୋକରେ ଭାରତୀୟ ଘରୋଇ କ୍ରିକେଟରେ ସର୍ବାଧିକ ୱିକେଟ ହାସଲକାରି ରାଜିନ୍ଦର ଗୋଏଲ ।
୯-ଭାରତରେ ୪୨୫୨୮୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୭୧୯୫ ଜଣ ସୁସ୍ଥ ହୋଇଥିବା ବେଳେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୩୮୭ ରହିଛି । ବାକି ୧୩୬୯୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
୧୦-ସମଗ୍ର ବିଶ୍ୱରେ ୯୦ ଲକ୍ଷ ୩୮ ହଜାର ୮୦୬ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସରୁ ୪୮ ଲକ୍ଷ ୩୩ ହଜାର ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୩୭ ଲକ୍ଷ ୩୫ ହଜାର ୬୨୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ୪ ଲକ୍ଷ ୬୯ ହଜାର ୬୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।




