୧-ଆଜି ରାଜ୍ୟର ୧୭ ଟି ଜିଲ୍ଲା ରୁ ସର୍ବାଧିକ ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୩୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୭୪୦ଟି ଏବେ ସକ୍ରିୟ ମାମଲା ରହିଛି ।
୨-ରାଜନଗର ବିଜେପି ଅଫିସରେ ପାଳିତ ହୋଇଚି ଡ.ଶ୍ୟାମପ୍ରଶାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ । ଏଥିରେ ରାଜନଗର ପୁର୍ବତନ ବିଧାୟକ ତଥା ବିଜେପି ନେତା ଅଲେଖ କୁମାର ଜେନା ପୌରାହତ୍ୟ କରି ଡ.ମୁଖାର୍ଜୀ ଙ୍କ ବଳିଦାନ ର ଗାଥା ବଖାଣିଥିଲେ ,ପ୍ରଥମେ ୨।ମିନିଟ୍ ନିରବ ପ୍ରାଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ,ଏହି ସଭାରେ ରାଜନଗର ,ପଟାମୁଣ୍ଡାଇ ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

୩-ବିନା ଭକ୍ତରେ ହେଲା ଘୋଷଯାତ୍ରା,ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଛନ୍ତି ତିନିରଥ, ଆଜି ଆଡ଼ପମଣ୍ଡପ ବିଜେ। ରଥ ଟାଣି ଥିବା ସେବକଙ୍କୁ ମିଳିବ ୫ହଜାର ଟଙ୍କା ଓ ପାଳିଆ ପୁରସ୍କାର।
୪-ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ ।
୫-ଶିକ୍ଷାନୁଷ୍ଠାନରୁ ହଟିବ ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର, ପ୍ରତି ପଞ୍ଚାୟତରେ ହେବ ୧୦ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ ଗୃହ।
୬-କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,ସପ୍ତାହେ ନାହିଁ ବିଶେଷ ବର୍ଷା।
୭-CBSE,JEE ଏବଂ NEET ପରୀକ୍ଷା ନେଇ ଆଜି ନିଷ୍ପତ୍ତି ନେବେ କେନ୍ଦ୍ର ସରକାର।
୮-ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି । ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
୯-ଲଗାତାର ୧୮ ଦିନ ଧରି ତୈଳ ଦର ବୃଦ୍ଧି । ଡିଜେଲ୍ ଲିଟର୍ ପିଛା ଟ. ୭୯. ୮୮ରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲ୍ ୭୯. ୭୬ରେ ବିକ୍ରି ହେଉଛି ।
୧୦-ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ହେବ ନିଷ୍କାସନ।
୧୧-ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା:ନିଜର ସାମର୍ଥ୍ୟ ଅନୁସାରେ ବିଜୟ ମହାନ୍ତି ଏବଂ ଦିପା ସାହୁଙ୍କୁ କଲେ ସାହାଯ୍ୟ ।

୧୨-ମୁମ୍ବାଇ ରୁ ୭୦ ଜଣ କରୋନା ରୋଗୀ ନିଖୋଜ ।
୧୩-ବଜାରକୁ ଆସିଲା ପତଞ୍ଜଳି କରୋନା ଔଷଧ ‘କରୋନିଲ ଆଣ୍ଡ ଶ୍ବାସରି’।ଦାମ୍ ୫୪୫ ଟଙ୍କା,୩ଦିନରେ କରିବ ଶତପ୍ରତିଶତ ଆରୋଗ୍ୟ। ଏହି ଔଷଧର ସବିଶେଷ ତଥ୍ୟ ମାଗିଲା ଆୟୂଷ ମନ୍ତ୍ରାଳୟ।

୧୪-ଆଜି ଭାରତରେ ୪୫୬୧୧୮୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫୮୬୮୪ ଜଣ ସୁସ୍ଥ ହୋଇଥିବା ବେଳେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୦୨୨ ରହିଛି । ବାକି ୧୪୪୭୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
୧୫-ଗତ ୫ଦିନରେ ୪୦ ହଜାର ରୁ ଉର୍ଦ୍ଧ୍ବ ଭାରତୀୟ ୱେବ୍ସାଇଟ୍ ହ୍ୟାକ୍ କଲେଣି ଚୀନ ହ୍ୟାକର ।
୧୬-ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ଜୋକୋଭିକ୍ ଓ ତାଙ୍କ ପତ୍ନୀଙ୍କୁ କରୋନା।
୧୭-ସୀମାରେ ଶକ୍ତି ବୃଦ୍ଧି କରୁଛି ଭାରତ,LACକୁ ଗଲେ ୪୦କମ୍ପାନୀ ITBP ଯବାନ।