ଏବେ ଫସିଲେ ବାବା ରାମଦେବ…

ବାସ୍ତବ ବ୍ୟୁରୋ : ଆଇନଗତ ବିବାଦରେ ଫସିଲେ ଯୋଗଗୁରୁ ବାବା ରାମଦେବ, କରୋନା ଭାଇରସ୍‌ ମହାମାରୀରୁ ୭ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବା ପାଇଁ ‘କରୋନିଲ’ ନାମରେ ଏକ ଔଷଧ ଉଦ୍ଭାବନ କରିଥିବା ଦାବି କରିବା ସହ ଆଗାମୀ ସପ୍ତାହକ ମଧ୍ୟରେ ସମଗ୍ର ଦେଶରେ ଏହି ଔଷଧର ବିକ୍ରୟ ପାଇଁ ଗତକାଲି ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ,ହେଲେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ କୁହାଯାଇଛି କି, ଯାଞ୍ଚ ଓ ଔଷଧର ସବିଶେଷ ପରୀକ୍ଷଣ ନ ସରିବା ପର୍ଯ୍ୟନ୍ତ ଏହାର ବିଜ୍ଞାପନ କୁ ବନ୍ଦ କରିବା ସହ ବିକ୍ରି କୁ ବନ୍ଦ କରିବାକୁ ପତଞ୍ଜଳି ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି

“କରୋନା କିଟ୍‌” ବା “କରୋନିଲ୍” ର ମୂଲ୍ୟ ୫୪୫ ଟଙ୍କା ରହିଛି । ଯାହାର ବିକ୍ରୟ ଆଗାମୀ ଏକ ସପ୍ତାହ ମଧ୍ୟରେ ସମଗ୍ର ଦେଶରେ ଆରମ୍ଭ ହେବ ଏବଂ ଏଥିପାଇଁ ବିଜ୍ଞାପନ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ ବାବା ରାମଦେବ

ପତଞ୍ଜଳି ସଂସ୍ଥା କାହାଠାରୁ ଅନୁମତି ନେଇନାହିଁ ବୋଲି ଆଜି ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗ ଲାଇସେନ୍ସ ଅଧିକାରୀ କହିଛନ୍ତି , କରୋନା ଭାଇରସ୍‌ ଚିକିତ୍ସା କରିବାକୁ ଦାବି କରୁଥିବା କିଟ୍‌ ତିଆରି କରିବାକୁ ପତଞ୍ଜଳି ସଂସ୍ଥା କାହାଠାରୁ ଅନୁମତି ପାଇଲା ବୋଲି ସେ ଉଲଟା ପ୍ରଶ୍ନ କରିଛନ୍ତି । ପତଞ୍ଜଳିର କରୋନିଲ୍‌ ପ୍ରୟୋଗ ଦ୍ୱାରା କରୋନା ଭାଇରସ୍‌ରୁ ଉପଶମ ପାଇହେବ ବା ଆରୋଗ୍ୟ ଲାଭ କରିହେବ ସେ ସଂପର୍କରେ ଆମ ବିଭାଗ ପକ୍ଷରୁ ମଧ୍ୟ କୌଣସି ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଇ ନାହିଁ।

ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ‘କରୋନା କିଟ୍‌’ କରୋନିଲ୍‌ ସେବନ ଦ୍ୱାରା କେବଳ କାଶ ଏବଂ ଜ୍ୱରକୁ ଭଲ କରିବା ପାଇଁ ସେମାନେ ଔଷଧ ପ୍ରସ୍ତୁତ କରୁଛନ୍ତି ବୋଲି କମ୍ପାନି ପକ୍ଷରୁ କୁହା ଯାଇଥିଲା । ଏହା କରୋନା ଭାଇରସରୁ ଆରୋଗ୍ୟ କିମ୍ବା ଉପଶମ ପ୍ରଦାନକାରୀ ଔଷଧ ବୋଲି କିଛି ହେଲେ କୁହା ଯାଇ ନଥିଲା । ଏବେ ବିଜ୍ଞାପନ ରାମଦେବ ବାବାଙ୍କୁ ଅଡୁଆରେ ପକାଇଛି କରୋନିଲ୍ ସେବନ କରିବା ଦ୍ୱାରା ୩ରୁ ୧୫ ଦିନ ମଧ୍ୟରେ ଜଣେ କରୋନା ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବ ବୋଲି ରାମଦେବ ଦାବି କରିଥିଲେ । ଏଥିସହ ଏହାକୁ ୨୮୦ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇ ଅଛି ବୋଲି ମିଛ କହି ବାବା ଫସି ଯାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Jun 25 , 2020
୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୪୧୨୩ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୫ ରହିଛି । ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।  ୨-ଆଜିଠାରୁ ପୁରୀରେ ବାହାରିବ ଭକ୍ତଙ୍କ ପାଇଁ ମହାପ୍ରସାଦ । […]

You May Like

Pin It on Pinterest