ଆଜିର ଖାସ୍ ଖବର

୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୪୧୨୩ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୫ ରହିଛି । ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

୨-ଆଜିଠାରୁ ପୁରୀରେ ବାହାରିବ ଭକ୍ତଙ୍କ ପାଇଁ ମହାପ୍ରସାଦ । କୋଭିଡ କଟକଣାକୁ ଦୃଷ୍ଟି ରେ ରଖି ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା ।

୩-ଆଜି ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି ।

୪-ଓଡ଼ିଶାରେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ବର୍ଷିପାରେ।

୫-ଆୟକର ରିଟର୍ଣ୍ଣ ସମୟ ସୀମା ବଢ଼ାଇଲେ କେନ୍ଦ୍ର ସରକାର, ୨୦୧୮-୧୯ ବର୍ଷ ପାଇଁ ଜୁଲାଇ ୩୧କୁ ସମୟ ସୀମା ବଢ଼ିଲା, ୨୦୧୯-୨୦ ବର୍ଷ ପାଇଁ ନଭେମ୍ବର ୩୦କୁ ବଢ଼ିଲା ସମୟ ସୀମା ।

୬-ଭୁବନେଶ୍ୱର: ଡୁମୁଡୁମା ସୁବାସ ନଗର ବସ୍ତିରେ ଉତ୍ତେଜନା, କଣ୍ଟେନମେଣ୍ଟରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ନିଆଯାଉଥିବା ଅଭିଯୋଗ ।

୭-କଟକ: ଆତଙ୍କବାଦୀ ଲିଙ୍କ୍ ଅଭିଯୁକ୍ତ ଅବଦୁର ରେହମାନ୍‌କୁ ପାରୋଲ୍ ।

୮-ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ । ୧୯୭୫ ଜୁନ୍ ୨୫ ତାରିଖ ମଧ୍ୟରାତ୍ରରେ ଦେଶରେ ଘୋଷଣା ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ।

୯-ବଢୁଥିବା କରୋନା ସଂକ୍ରମଣ ପ୍ରାର୍ଦୁଭାବ ଉପରେ ରୋକ୍‌ ଲଗାଇବା ଲାଗି ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଢାଇବାକୁ ନିଷ୍ପତ୍ତି ।

୧୦-ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୭୩ ହଜାର ୧୦୫ ରେ ପହଞ୍ଚିଥିବା ବେଳେ ୧୪ ହଜାର ୮୯୪ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨, ୭୧ ହଜାର ୬୯୭ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୫୧୪ ସକ୍ରିୟ ଅଛନ୍ତି।

୧୧-ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟର୍‌ ଘଟଣାରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

୧୨-ସୁପ୍ରିମକୋର୍ଟରେ କଂଗ୍ରେସ-କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ରାଜିନାମା ମାମଲା, ସିବିଆଇ ତଦନ୍ତ ଦାବି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତିଲ ହେଲା ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

Thu Jun 25 , 2020
ବାସ୍ତବ ବ୍ୟୁରୋ : ପ୍ରତିଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟି ରେ ରଖି, ଜୁଲାଇରେ ଧାର୍ଯ୍ୟ ହୋଇଥିବା ସିବିଏସ୍ଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ସିବିଏସଇ ନେଇଥିବା ନିଷ୍ପତ୍ତି ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି  । ପୂର୍ବରୁ ଅବଶିଷ୍ଟ ସିବିଏସଇ ପରୀକ୍ଷା ବାତିଲ କରିବା ନେଇ କିଛି ପରୀକ୍ଷାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର […]

You May Like

Pin It on Pinterest