ବାତିଲ ହେଲା ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ବାସ୍ତବ ବ୍ୟୁରୋ : ପ୍ରତିଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟି ରେ ରଖି, ଜୁଲାଇରେ ଧାର୍ଯ୍ୟ ହୋଇଥିବା ସିବିଏସ୍ଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ସିବିଏସଇ ନେଇଥିବା ନିଷ୍ପତ୍ତି ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି  ।

ପୂର୍ବରୁ ଅବଶିଷ୍ଟ ସିବିଏସଇ ପରୀକ୍ଷା ବାତିଲ କରିବା ନେଇ କିଛି ପରୀକ୍ଷାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର କୋର୍ଟରେ ଏହାର ଶୁଣାଣି ହୋଇଥିଲା । ଏ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମଗାଯିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ଜୁନ୍ ୨୫ରେ ନିଆଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ସୁପ୍ରିମକୋର୍ଟ ଜବାବ ମାଗି ଥିଲେ । ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ  ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଅଦାଲତକଙ୍କୁ ସୂଚାଇ ଥିଲେ ।  ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆହୁରି ସୂଚିତ କରିଛି ଯେ, ସିଆଇଏସସିଇ ଏହି ଆଦେଶକୁ ଅନୁସରଣ କରିବ ଏବଂ ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତାକାଲି ଲଂଚ ହେବ 'ଆତ୍ମ ନିର୍ଭର ରୋଜଗାର ଅଭିଯାନ'

Thu Jun 25 , 2020
ବାସ୍ତବ ବ୍ୟୁରୋ-ଆସନ୍ତାକାଲି ଦିନ ୧୧ଟାରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଓ ଅନ୍ୟ ନେତା ମନ୍ତ୍ରୀଙ୍କ ଉପସ୍ଥିତିରେ ଉତର ପ୍ରଦେଶରେ,ପ୍ରବାସୀ ଶ୍ରମିକମାନଙ୍କ ପାଇଁ ‘ଆତ୍ମ ନିର୍ଭର ରୋଜଗାର ଅଭିଯାନ’ ଲଂଚ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଅନେକ ପ୍ରବାସୀ ଶ୍ରମିକ ମାନଙ୍କୁ କର୍ମ ସଂସ୍ଥାନ ମିଳିପାରିବ । ଏଥି ସହିତ ରାଜ୍ୟର ବେରୋଜଗାର ମାନଙ୍କ ସହିତ ଯେଉଁମାନେ କରୋନା […]

You May Like

Pin It on Pinterest