ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ଦଶମ ଏବଂ ଦ୍ବାଦଶ ରେଜଲ୍ଟ-ଘୋଷଣା କଲା ସିବିଏସଇ

ବାସ୍ତବ ବ୍ୟୁରୋଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ଦଶମ ଏବଂ ଦ୍ବାଦଶ ରେଜଲ୍ଟ,ଘୋଷଣା କଲା ସିବିଏସ୍ଇ । ପରୀକ୍ଷା ନିୟନ୍ତ୍ରକ ସମୟ ଭରଦ୍ବାଜଙ୍କ ଅନୁଯାୟୀ, ଦେଶରେ କରୋନା ମହାମାରୀ ପାଇଁ ଅବଶିଷ୍ଟ ପରୀକ୍ଷା ବାତିଲ କରାଯାଇ ଥିବାରୁ, ବିକଳ୍ପ ମୂଲ୍ୟାଙ୍କନ ଯୋଜନା ପରେ ଫଳାଫଳ ଘୋଷଣା କରାଯିବ । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମାର୍କରେ ଉନ୍ନତି ଆଣିବା ପାଇଁ ପରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । ତଥାପି, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ବିକଳ୍ପ ବାଛୁଛନ୍ତି ସେମାନଙ୍କୁ ପରୀକ୍ଷାରେ ମିଳିଥିବା ମାର୍କକୁ ହିଁ ଅନ୍ତିମ ମାର୍କ ଭାବେ ଗଣନା କରାଯିବ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାକୁ ସୁଯୋଗ ପାଇବେ ନାହିଁ । କେବଳ ବୋର୍ଡ ଦ୍ବାରା ଘୋଷିତ ଫଳାଫଳକୁ ଅନ୍ତିମ ଗଣନା କରାଯିବ ବୋଲି ସେ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତିଲ୍ ହେଲା ଅନ୍ତର୍ଜାତୀୟ ବିମାନ ସେବା

Fri Jun 26 , 2020
ବାସ୍ତବ ବ୍ୟୁରୋ : ବାତିଲ୍ ହେଲା ଅନ୍ତର୍ଜାତୀୟ ବିମାନ ସେବା । ଆସନ୍ତା ଜୁଲାଇ ୧୫ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ, କିଛି ରୁଟରେ ବିମାନ ସେବା ଚାଲିପାରିବ । ଡିଜିସିଏ ର ଏହି ନିଷ୍ପତ୍ତି ନେବାର କାରଣ ହେଉଛି, […]

You May Like

Pin It on Pinterest