ବାତିଲ୍ ହେଲା ଅନ୍ତର୍ଜାତୀୟ ବିମାନ ସେବା

ବାସ୍ତବ ବ୍ୟୁରୋ : ବାତିଲ୍ ହେଲା ଅନ୍ତର୍ଜାତୀୟ ବିମାନ ସେବା ଆସନ୍ତା ଜୁଲାଇ ୧୫ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ, କିଛି ରୁଟରେ ବିମାନ ସେବା ଚାଲିପାରିବ ।

ଡିଜିସିଏ ଏହି ନିଷ୍ପତ୍ତି ନେବାର କାରଣ ହେଉଛି, ଆମେରିକା, ବ୍ରାଜିଲ୍ ଭଳି ଦେଶ ଏବେ କରୋନାର ହଟସ୍ପଟ ପାଲଟିଛି । ଏହି ଦେଶ ଏବେ ଅନ୍ୟ ଦେଶର ବିମାନକୁ ପ୍ରବେଶ କରାଉ ନାହିଁ । କେବଳ ନିଜ ଦେଶ ଭିତରେ ବିମାନ ସେବା ଜାରି ରହିଛି । ତେଣୁ ଭାରତ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

କାର୍ଗୋ ବିମାନ ଉପରେ କୌଣସି କଟକଣା ଲଗାଯାଇ ନାହିଁ । କରୋନା କାରଣରୁ ମାର୍ଚ୍ଚ ୨୩ରୁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ପରେ ଲକ୍‌ଡାଉନ୍‌ ସହିତ କଟକଣା ଅବଧି ମଧ୍ୟ ବଢି ଚାଲିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jun 27 , 2020
୧-ଆଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ମୋଟ୍ ୪୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦୩ ରହିଛି । ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨–ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର […]

You May Like

Pin It on Pinterest