୧-ଆଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ମୋଟ୍ ୪୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦୩ ରହିଛି । ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
୨–ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।। ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।
୩-ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଆଜି ଖୋଲାଯାଇଛି । ମୋଟ୍ ୧୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।
୪-ଆଜିଠାରୁ ବ୍ରହ୍ମପୁର ସହର ୪ ଦିନିଆ ସଟଡାଉନ ।
୫-ଏଣିକି ହଟସ୍ପଟ ଏରିଆରୁ ଭୁବନେଶ୍ବର ଆସିଲେ ରହିବେ ସରକାରୀ କ୍ୱାରେନଟାଇନ ସେଣ୍ଟର ରେ । ଭୁବନେଶ୍ୱର ମହାନଗର ନିଗମର ସୂଚନା ।
୭-ଗଞ୍ଜାମ ରେ ୧୭୦ ଯୋଦ୍ଧା ମହାମାରୀ ରେ ଆକ୍ରାନ୍ତ ।
୮–ଲଗାତାର ୨୧ ଦିନ ହେଲା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ଚାଲିଛି । ପେଟ୍ରୋଲ୍ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି ।
୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା ଟୀକା ନବାହାରିବା ଯାଏ ସାମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ।

୧୦-ଆସାମରେ ବନ୍ୟାଯୋଗୁଁ ୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ।
୧୧–ଦୀର୍ଘ ୩୧ ବର୍ଷ ପରେ ଜମ୍ମୁ କାଶ୍ମୀରର ଟ୍ରାଲ ଅଞ୍ଚଳକୁ ଆତଙ୍କବାଦୀ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କଲା ଭାରତୀୟ ସେନା
୧୨–ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮ ହଜାର ୯୫୩ ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ ୧୫ ହଜାର ୬୮୫ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୯୫ ହଜାର ୮୮୨ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୯୭ ହଜାର ୩୮୭ ସକ୍ରିୟ ଅଛନ୍ତି ।
୧୩-LAC ରେ ଚୀନ କୁ କଡା ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ, ସୀମା ରେ ବଢ଼ିଲା ସେନା, ସେପଟେ ସ୍ଥିତି ସମୀକ୍ଷା କରିଲେ ଆର୍ମି ଚିଫ୍ ।
୧୪-ପଡୋଶୀ ରାଜ୍ୟ ଭୁଟାନରୁ ଆସାମ ଆଡକୁ ଆସୁଥିବା ନଦୀର ଜଳକୁ ଭୁଟାନ ରୋକି ଦେଇଛି, ଭୁଟାନ ର ଏହି ନିଷ୍ପତ୍ତି ଯୋଗୁଁ ଆସାମର ବକ୍ସା ଜିଲ୍ଲା ପାଇଁ ସମସ୍ୟା ପାଲଟିଛି ।ବିଜେପି ନେତା ସୁବ୍ରମନ୍ୟମ ସେନାପତିଙ୍କ ଟୁଇଟ ଜରିଆରେ ସୂଚନ ।



