ବାସ୍ତବ ବ୍ୟୁରୋ : ଆସନ୍ତା ୩୦ ତାରିଖ ରାତି ଠାରୁ ସମଗ୍ର ପୁରୀ ଜିଲ୍ଲାରେ ଲାଗୁ ହେବ କର୍ଫ୍ୟୁ । ଜୁଲାଇ ୧ ରେ ବାହୁଡ଼ା ଯାତ୍ରା ଥିବାରୁ ଭକ୍ତଙ୍କ ଭିଡ଼କୁ ରୋକିବା ଲକ୍ଷ୍ୟରେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ । ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି କି, କର୍ଫ୍ୟୁ ସମୟରେ ଜିଲ୍ଲାରେ ଲୋକଙ୍କର ଯାତାୟତ ଉପରେ ନଜର ରଖାଯିବ । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ଯିବାକୁ ଯିବା ପାଇଁ ଅନୁମତି ମିଳିବ ନାହିଁ ।
ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା଼ ଯାତ୍ରା, ସୁନାବେଶ, ଅଧରନୀତି ଓ ନୀଳାଦ୍ରି ବିଜେ ପାଇଁ ସହଯୋଗ ଲୋଡିଲେ ଜିଲ୍ଲାପାଳ ବଲୱନ୍ତ ସିଂ । ସମସ୍ତେ ଘରେ ରହି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଦେଖିପାରିବେ ।ପୁରୀର ସମସ୍ଥ ପ୍ରବେଶ ପଥ ସିଲ ରହିବ । ତେବେ ପୁରୀ ସହରର ସମସ୍ଥ ଲଜ୍ ଓ ହୋଟେଲ ମାଲିକ ମାନେ ସହଯୋଗ କରିବା ସହ ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ହୋଟେଲ ବୁକିଂ ନରଖିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ । ସଦସ୍ୟଙ୍କ ତାଲିକା ନିଆଯିବ ଏବଂ ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ନିଜ ଘରେ ବାହାର ଲୋକଙ୍କୁ ରଖିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।




