କଂଗ୍ରେସ ଦଳର ପ୍ରଚାର ପାଇଁ ଧର୍ମଗଡ଼ ଆସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ।

କଲହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ – ଧର୍ମଗଡ଼ ପଞ୍ଚାୟତ ଖେଳ ପଡିଆ ଠାରେ କଂଗ୍ରେସ ର ନିର୍ବାଚନୀ ସଭାରେ ପଡୋଶୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମାନ୍ୟବର ଭୁପେଶ ବଘେଲା ଷ୍ଟାର ପ୍ରଚାରକ ଭାବେ ଯୋଗଦେଇଥିଲେ । କଂଗ୍ରେସର କଳାହାଣ୍ଡି ଲୋକସଭା ପାର୍ଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ଦିଗାମ୍ବର ଦୁରିଆ , ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ଅନିଲ ସିଂ ଦେଓଙ୍କ ପାଇଁ ଭୋଟଭିକ୍ଷ୍ୟା କରିବା ସହ ବିରୋଧୀ ଦଳ ବିଜେଡି ଓ ବିଜେପି ଙ୍କ ଉପରେ ଯୋର ବର୍ଷିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।

ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତାକୁ ନେଇ ଜନସାଧାରଣ ଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତିଶଗଡ କଂଗ୍ରେସର ଖିଲାରୀ ବିଧାୟଲ ଶ୍ରୀ ଦ୍ଵାରିକାଧିସ ଯାଦବ ମଧ୍ୟ ଉପସ୍ଥିତରହି ଲୋକସଭା ଓ ବିଧାନସଭା ପାଇଁ ଦୁଇଥର ବଟନ ଦବାଇ ଭୋଟଦେଇ ଜୟଯୁକ୍ତ କରାନ୍ତୁ ବୋଲି ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଏହି ନିର୍ବାଚନୀ ସଭାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେଡ଼ିର ହାଇ ଭୋଲ୍ଟେଜ ପ୍ରଚାର , ବିଜେଡ଼ି ସୁପ୍ରିମୋ କଳାହାଣ୍ଡି ଗ୍ରସ୍ତ

Tue Apr 9 , 2019
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାତ୍ର ୯ଘଣ୍ଟା ସମୟରେ ଭବାନୀପାଟଣା ପହଞ୍ଚି ନକଟିଗୁଡା ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ । BJD ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କଲାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଏବଂ ଭବାନୀପାଟଣା ସଦର ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣ ଙ୍କ ନିକଟରେ ଅନୁରୋଧ […]

You May Like

Pin It on Pinterest