ଭାରତରେ ବ୍ୟାନ୍‌ ହେଲା ଟିକ୍‌ଟକ୍‌ ସହ ଅନ୍ୟ ୫୯ ଚାଇନିଜ ମୋବାଇଲ ଆପ…

ବାସ୍ତବ ବ୍ୟୁରୋ: ଭାରତରେ ବ୍ୟାନ୍‌ ହେଲା ଟିକ୍‌ଟକ୍‌ ସହ ଅନ୍ୟ ୫୯ ଚାଇନିଜ ମୋବାଇଲ ଆପ । ଗତ ସପ୍ତାହରେ ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । LAC  ରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଏହି ନିଷ୍ପତି ନିଆଯାଇଛି ।

ଭାରତ ରେ ଅତି ଲୋକପ୍ରିୟ ଟିକଟକ, ଚାଇନିଜ ଆପ୍‌ ହୋଇଥିଲେ ହେଁ ଭାରତରେ ସର୍ବାଧିକ ଲୋକ ଏହାକୁ ଡାଉନଲୋଡ କରିଥିଲେ । ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା । ଆପଗୁଡ଼ିକ‌ ଜରିଆରେ ଚାଇନା କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା । ବିଶେଷ କରି ଯୁବଗୋଷ୍ଠୀ ଟିକଟକ ପ୍ରେମରେ ପଡ଼ିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jun 30 , 2020
୧-ଆଜି ରାଜ୍ୟରେ ୨୨ଟି ଜିଲ୍ଲାରୁ ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି । ୪୯୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୭ ରହିଛି । ଏହା ସହ ୨୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।  ୨-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା […]

You May Like

Pin It on Pinterest