ଅନ୍‌ଲକ୍‌-୨ନେଇ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା

ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୨ର ଘୋଷଣା ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଆସନ୍ତା କାଲିଠାରୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ୫୦ରୁ ଅଧିକ କରୋନା ଆକ୍ଟିଭ୍‌ କେସ୍‌ ଥିବା ୧୦ ଜିଲ୍ଲାକୁ ଜୋନ୍‌-୧ ଭାବେ ରଖାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ସାପ୍ତାହାନ୍ତ ଶଟ୍‌ଡାଉନ୍‌ ପାଳନ କରାଯିବ । ଏହି ୧୦ ଟି ଜିଲ୍ଲା ଗୁଡିକ ହେଲାଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା । ଉକ୍ତ ୧୦ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲା ଜୋନ-୨ରେ ରହିବେ।”

ସେ କହିଛନ୍ତି-“ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଚାଲିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ଗୁରୁତ୍ୱ ଦେଇ କାର୍ଯ୍ୟ ପରିଚାଳନା କରିବା ଜରୁରୀ। ପ୍ରତି ଗାଁରେ କୋଭିଡ୍‌ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ । ମାସ୍କ ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ। ମାସ୍କ ଓ ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ । ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ କରାଯିବ। ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ ଓ ଆଇସୋଲେସନରେ ରହିବେ। କୋଭିଡ଼ କେୟାର ହୋମ୍‌ ଦାୟିତ୍ୱରେ ସରପଞ୍ଚମାନେ ରହିବେ ।”

“ରାଜ୍ୟରେ ମୋଟ୍‌ ୧୬, ୮୨୪ କ୍ୱାରେଣ୍ଟାଇନ ସେଣ୍ଟର ରହିଥିଲା। ଏହାକୁ ହ୍ରାସ କରାଯିବ। ଏଯାବତ ୭ ଲକ୍ଷ ୪୬ ହଜାର ୦୯୮ ଜଣ କ୍ୱାରେଣ୍ଟାଇନରୁ ଡିସଚାର୍ଜ ହେଲେଣି। ମୋଟ୍‌ ୧ ଲକ୍ଷ ୫ ହଜାର ଲୋକ କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି। ଜୁଲାଇ ୩୧ ଯାଏ ଧର୍ମୀକ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ ରହିବ। ରେଷ୍ଟୁରାଣ୍ଟ ଖୋଲା ରହିବ। ହେଲେ ସେଠାରେ ଖାଇହେବ ନାହିଁ।  ଖାଦ୍ୟ ପାର୍ସଲ ନିଆଯାଇ ପାରିବ।”

ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ ରହିବେ । ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ ରହିବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡ଼ି ଚଳାଚଳ ବନ୍ଦ କରିପାରିବେ । ସ୍ଥାନୀୟ ପ୍ରଶାସନ ଚାହିଁଲେ ଦୋକାନ ବଜାର ବନ୍ଦ କରିପାରିବେ ।

ସେହିପରି, ଜୁଲାଇ ୩୧ ଯାଏ ଧାର୍ମୀକ ଅନୁଷ୍ଠାନ ବନ୍ଦ୍ । ଅନ୍ତର୍ଜାତୀୟ ବିମାନ ସେବା, ରାଜ୍ୟକୁ ରେଳ କମ୍ ହେବ,  ସିନେମା ହଲ୍, ଥିଏଟର , ଜିମ୍ ବନ୍ଦ ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ ରହିବ ।ରେଷ୍ଟୁରାଣ୍ଟ ଖୋଲା ରହିବ କିନ୍ତୁ କେବଳ ଖାଦ୍ୟ ପାର୍ସଲ ନିଆଯାଇ ପାରିବ । ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ ।

ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯିବ । ମାସ୍କ ନପିନ୍ଧିଲେ ପୂର୍ବଭଳି ଜୋରିମାନା ଆଦାୟ କରାଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ହେବ। ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିବିଏସସି ପରେ, ଆଜି ବାତିଲ ହେଲା ସିଏଚ୍‌ଏସ୍‌ଇ ପରୀକ୍ଷା

Wed Jul 1 , 2020
ବାସ୍ତବ ବ୍ୟୁରୋ : ସିବିଏସସି ପରେ, ଆଜି ବାତିଲ ହେଲା ସିଏଚ୍‌ଏସ୍‌ଇ ପରୀକ୍ଷା । ରାଜ୍ୟ ସରକାରଙ୍କ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨)ର ବାକି ରହିଯାଇଥିବା ପରୀକ୍ଷା‌ ଆଉ ହେବ କି ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲକ ଡାଉନ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି […]

You May Like

Pin It on Pinterest