ବାସ୍ତବ ବ୍ୟୁରୋ : ସିବିଏସସି ପରେ, ଆଜି ବାତିଲ ହେଲା ସିଏଚ୍ଏସ୍ଇ ପରୀକ୍ଷା । ରାଜ୍ୟ ସରକାରଙ୍କ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨)ର ବାକି ରହିଯାଇଥିବା ପରୀକ୍ଷା ଆଉ ହେବ କି ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲକ ଡାଉନ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ ।
ସୂଚାନୁଯାୟୀ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହେବାର ଥିଲା । ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବାର ଥିଲା । ସେହିପରି ଯୁକ୍ତ ୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ସେହି ମାସ ୨୭ ତାରିଖରେ ଶେଷ ହେବାର ଥିଲା ।
