ଆଜି ରାଜ୍ୟରେ ୧୯ଟି ଜିଲ୍ଲା ରୁ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୨୫୧ ଜଣଙ୍କ ମଧ୍ୟରୁ ୨୦୮ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଥିବା ବେଳେ ୪୩ ଜଣ ଲୋକାଲ କଣ୍ଟାକଟ କେସ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୦୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨ ଜଣ, ବରଗଡ଼ରୁ ୧୨ ଜଣ, ବଲାଙ୍ଗୀରରୁ ୪ ଜଣ, କଟକରୁ ୩୨ ଜଣ, ଦେବଗଡ଼ରୁ ୪ ଜଣ, ଗଜପତିରୁ ୬ ଜଣ, ଝାରସୁଗୁଡାରୁ ୫ ଜଣ, କେନ୍ଦ୍ରାପଡାରୁ ୪ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ମାଲକାନଗିରିରୁ ୧୦ ଜଣ, ମୟୁରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୧୪ ଜଣ, ପୁରୀରୁ ୧୨ ଜଣ, ସମ୍ବଲପୁରରୁ ୨ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୭ ଜଣ, ଯାଜପୁରରୁ ଜଣେ ଓ ଜଣେ ଏନଡିଆରଏଫ ଯବାନ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୭୩୧୬ରେ ପହଂଚି ଥିବା ବେଳେ ୫୨୮୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୦୯୪ଟି ସକ୍ରିୟ ମାମଲା ରହିଛି । କରୋନାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି ।




