ଭକ୍ତ ବିହୁନେ ବାହୁଡ଼ା ଯାତ….

ବାସ୍ତବ ବ୍ୟୁରୋ-ରଥ ଯାତ୍ରା ହବ ନ ହେବ ର କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା ଜୁନ ୨୨ ତାରିଖରେ ଯେବେ ସୁପ୍ରିମ କୋର୍ଟ ରଥ ଯାତ୍ରା କୁ ନେଇ ଦେଇଥିଲା ସବୁଜ ସଂକେତ । ଭାବ ବିହ୍ୱୋଳ ହୋଇଯାଇଥିଲେ କୋଟି କୋଟି କାଳିଆପ୍ରେମୀ । ସବୁ ନୀତିକାନ୍ତି ସହ ଜୁନ ୨୩ ତାରିଖ ନିର୍ଧାରିତ ସମୟରେ ମହାପ୍ରଭୁ ଆରମ୍ଭ କଲେ ଗୁଣ୍ଡିଚା ଯାତ୍ରା ।

ଆଉ ଆଜି ଠିକ ୯ ଦିନ ତିଥି ବାର ନକ୍ଷେତ୍ର ହିସାବରେ ଶ୍ରୀଗୁଣ୍ଡିଚା ମନ୍ଦିର ରୁ ବାହୁଡ଼ିଲେ ମହାପ୍ରଭୁ ଶ୍ରୀମନ୍ଦିରକୁ କିନ୍ତୁ ଭକ୍ତ ବିହୁନେ ଆଜି ବି ନଥିଲା କାଳିଆ ରଜା ଙ୍କ ମନରେ ନଥିଲା ସରାଗ । ଦୂରୁ ଦେଖୁଥିଲେ ଭକ୍ତଗଣ ଏ ଏକ ନୂଆ ଏଇତିହାସ ଭକ୍ତ ବିହୁନେ ବାହୁଡା ଯାତ ।

ଆଜି ସକାଳ ଧୂପ ଶେଷ ହେବା ପରେ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇ ଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି ଥିଲା । ଏହା ପରେ ଜଗତନାଥ ଶ୍ରୀଜଗନ୍ନାଥ, ତାଙ୍କର ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଗୋଟିପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ । ଘଣ୍ଟଘଣ୍ଟା, ମୃଦଙ୍ଗ ଓ କାହାଳୀରେ ପ୍ରକମ୍ପିତ ହେଉଥିଲା ଶରଧାବାଲି । ଆଜି ଦିନ ୧୨ଟାରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଥିଲା

ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ପବିତ୍ର ବାହୁଡ଼ା ଯାତ୍ରା ଶେଷ ହୋଇଥିଲାଆଜି ଅପରାହ୍ନ ୪ଟା ୩୫ ସୁଦ୍ଧା ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି । ସିଂହଦ୍ବାରରେ ନିର୍ଦ୍ଧାରିତ ସମୟରେ ପହଂଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା ।

ଆସନ୍ତାକାଲି ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ ହେବ । ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଶ୍ରୀଜିଉମାନଙ୍କର ବହୁ ପ୍ରତୀକ୍ଷିତ ରଥ ଉପରେ ସୁନାବେଶ ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଜାରି ରହିବ । ଶୁକ୍ରବାର ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ଆସନ୍ତା ୪ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ରତ୍ନବେଦୀକୁ ବିଜେ କରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Jul 2 , 2020
୧-ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ପୁଣି ୨୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ମୋଟ୍ ୫୩୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୭ ରହିଛି । ୨– ଆଜି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ୩-ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡା । ୨ରୁ ୪ ପଇସା ଭଡ଼ା […]

You May Like

Pin It on Pinterest