୧-ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ପୁଣି ୨୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ମୋଟ୍ ୫୩୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୭ ରହିଛି ।
୨– ଆଜି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ।
୩-ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡା । ୨ରୁ ୪ ପଇସା ଭଡ଼ା ବୃଦ୍ଧି କରାଯାଇଛି ।

୪- ଗଞ୍ଜାମରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବେ ଜିଲ୍ଲା ପ୍ରଶାସନ ।
୫-ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍ । ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ।
୬- ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ।
୭-ବାବା ରାମଦେବଙ୍କ ‘କରୋନିଲ୍କୁ’ ବିକ୍ରି ଅନୁମତି ଦେଲା ଆୟୂଷ ମନ୍ତ୍ରଣାଳୟ ।
୮-ତାମିଲନାଡୁ ନେଭେଲି ଲିଗନାଇଟ କର୍ପୋରେସନରେ ବିସ୍ଫୋରଣ – ୬ ମୃତ, ୧୭ ଆହତ ।
୯-ଆସିଲା ବିଜେଡିର ପଦାଧିକାରୀ ତାଲିକା । ଦଳରେ ୮ ଜଣ ବରିଷ୍ଠ ଉପସଭାପତି, ୯ ଜଣ ଉପସଭାପତିଙ୍କୁ ନିଯୁକ୍ତ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।
୧୦-ଚୀନକୁ ବଡ ଝଟକା ଦେଲେ BSNL-MTNL, ରବ୍ଦ କଲେ ୪ଜି ଟେଣ୍ଡର ।
୧୧-ଭାରତୀୟ ରେଳବାଇର ସୁପର ଆନାକୋଣ୍ଡା ପ୍ରଥମ ଥର ପାଇଁ ଟ୍ରାକରେ ଗଡ଼ିଛି। ରେଳବାଇରେ ପ୍ରଥମ ଥର ପାଇଁ ୩ଟି ଇଂଜିନ ସହ ଶତାଧିକ ବଗିରେ ମାଲ ପରିବହନ ହୋଇଛି ।
୧୨-ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୪ ହଜାର ୬୪୧ ରେ ପହଂଚିଛି । ମୋଟ୍ ସଂକ୍ରମିତ ମଧ୍ୟରୁ ୩ଲକ୍ଷ ୫୯ ହଜାର ୮୬୦ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୨୬ ହଜାର ୯୪୭ ସକ୍ରିୟ ଅଛନ୍ତି । ଏହା ସହ ମୃତ୍ୟୁ ସଂଖ୍ୟା ୧୭ ହଜାର ୮୩୪ କୁ ବୃଦ୍ଧି ହୋଇଛି ।
୧୩- ବିଶ୍ୱରେ ୧ କୋଟି ୭୯ ଲକ୍ଷ ୩ ହଜାର ୪୧୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୫ ଲକ୍ଷ ୧୮ ହଜାର ୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୫୯ ଲକ୍ଷ ୩୦ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଲକ୍ଷ ୪୫ ହଜାର ୧୩୮ ଜଣ ଲୋକ ସକ୍ରିୟ ଅଛନ୍ତି ।
୧୪–ଆମେରିକାରେ କରୋନା ସଂକ୍ରମଣ ଯେତିକି ବଢୁଛି, ଚାଇନା ଉପରେ ରାଗ ସେତିକି ବଢୁଛି: ଟ୍ରମ୍ପ ।
୧୫-୧୮ଟି ରାଷ୍ଟ୍ର ସହ ଚୀନ୍ର ରହିଛି ସୀମା ବିବାଦ ।
