କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସରକାରଙ୍କ ହତାଦର କାହିଁକି ?

ବାସ୍ତବ ବ୍ୟୁରୋ : ଦୀର୍ଘ ସାତ ବର୍ଷ ଧରି ଓଡ଼ିଶାର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପାର୍ଟ ଟାଇମ୍ ଶିକ୍ଷକ ଭାବରେ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଥିଲେ ଓଡିଶା ସରକାର । କୋଭିଡ୍-୧୯ ମହାମାରୀ ସମୟରେ ସରକାର ବସ୍ତି ବାସିନ୍ଦା ଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନୀ ପର୍ଯ୍ୟନ୍ତ ଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିଛନ୍ତି ହେଲେ ଦୁଃଖର ବିଷୟ ସରକାର ଭୁଲି ଯାଇଛନ୍ତି ସାମୟିକ ପ୍ରଶିକ୍ଷକ ମାନଙ୍କୁ ।

ଏପରି ଭୟା ଭୟ ପରିସ୍ଥିରେ କଟକ ଜିଲ୍ଲାର କିଛି କଳା ଓ କ୍ରୀଡ଼ା ସାମୟିକ ପ୍ରସିକ୍ଷକ ମାନଙ୍କୁ ଛଟେଇ କରାଯାଇଥିବା ବେଳେ ଅନ୍ୟ ସାମୟିକ ଶିକ୍ଷକ ମାନଙ୍କର ପୁରା ବର୍ଷକ ର ଦରମା ବନ୍ଦ କରି ଦିଆଯାଇଛିଏଠି ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର ‘ସବକା ସାଥ ସବକା ବିକାଶ’ ର ଡିଂଡିମ ପିଟୁଥିବା ବେଳେ ରାଜ୍ୟ ସରକାର କେହି ଭୋକରେ ରହିବେନି ବୋଲି ପ୍ରଚାର ପ୍ରସାର ରେ ମାତିଛନ୍ତି, ହେଲେ କହିବେକି ସରକାର, ଏହି ସାମୟିକ ପ୍ରସିକ୍ଷକମାନଙ୍କ ପରିବାର ଭରଣପୋଷଣ ପାଇଁ କି ପଦକ୍ଷପ ନେଇଛନ୍ତି ?

ଆଜି ଖୋର୍ଦ୍ଧା ଜିଲ୍ଲା କଳା ଓ କ୍ରୀଡା ଶିକ୍ଷକ ସଂଘ ତରଫରୁ ସଂଘର ଆବାହକ ଶକୁନ୍ତଳା ରାଉତ, ସଭାପତି ମାନସ କୁମାର ମହାନ୍ତି ଓ ସମ୍ପାଦକ ବିଶ୍ୱରଞ୍ଜନ ସ୍ୱାଇଁ, ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି କି, ଓଡ଼ିଶାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ୫୦୦୦ ରୁ ଅଧିକ କାର୍ଯ୍ୟରତ କଳା ଓ କ୍ରୀଡା ସାମୟିକ ପ୍ରସିକ୍ଷକମାନଙ୍କୁ ଏ ପରି କାର୍ଯ୍ୟ ରୁ ଛଟେଇ କରା ନ ଯାଇ, ଏକ ବର୍ଷ ର ଦରମା ସହିତ ସ୍ଥାୟୀ ନିଯୁକ୍ତି ନିମନ୍ତେ ସରକାର ବିଚାର କୁ ନିଅନ୍ତୁ ଏଥିସହ କଟକ ଜିଲ୍ଲା ରେ ଛଟେଇ ହୋଇଥିବା କଳା ଓ କ୍ରୀଡା ପ୍ରସିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jul 3 , 2020
୧-ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ୫୫୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୭ ରହିଛି । ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି । ୨-ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି । ୩-ଓଡିଶାରେ ପ୍ରଥମ, ସମ୍ […]

You May Like

Pin It on Pinterest