ଭାରତ ସମର୍ଥନ ରେ ଅନେକ ଶକ୍ତିଶାଳୀ ଦେଶ….

ବାସ୍ତବ ବ୍ୟୁରୋ- ଭାରତ-ଚୀନ ମଧ୍ୟ ରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ, “ଗୋଟିଏ ଇଞ୍ଚ ଜାଗା ଭାରତ ଦେବ ନାହିଁ” ଚୀନ କୁ ମାତ୍ ଦେବା ପାଇଁ ଭାରତ ‘ଡିଜିଟାଲ ଷ୍ଟ୍ରାଇକ୍’ ମଧ୍ୟ କରିଛି । ତେବେ, ଭାରତର ଏହି ପଦକ୍ଷେପ କୁ ଆମେରିକା, ଜାପାନ ସମେତ ଅନେକ ଦେଶ ସମର୍ଥନ କରିଛନ୍ତି । ଭାରତ କୁ ଅନେକ ଦେଶ ର ସମର୍ଥନ ମଧ୍ୟ ମିଳିଛି ଯାହାକି ଚୀନ୍ ର ଚିନ୍ତା ଆହୁରି ବଡାଇ ଦେଇଛି ।

ଆମେରିକା ର ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ, ପୂର୍ବରୁ କୋଭିଡ-୧୯ ପାଇଁ ଚୀନ କୁ ବାରମ୍ବାର ଦାୟୀ କରି ଆସୁଥିବା ବେଳେ ଏବେ ସୀମା ବିବାଦକୁ ନେଇ ମଧ୍ୟ ଚୀନ କୁ ଦାୟୀ କରିଛନ୍ତି ।ବୁଧବାର ହ୍ୱାଇଟ୍ ହାଉସର ପ୍ରେସ ସଚିବ କାଏଲେ ମୋକନେନୀ କହିଛନ୍ତି, ଭାରତ ବିରୋଧରେ ଚୀନର ଆକ୍ରମଣାତ୍ମକ ରଣନୀତି ଚୀନର କମ୍ୟୁନିଷ୍ଟ ପାର୍ଟିର ଅସଲ ଚେହେରାକୁ ପଦାରେ ପକାଇଛି । ଏମିତିକି ଭାରତର ଚୀନ ଆପ୍ସକୁ ବ୍ୟାନ କରିବା ନିଷ୍ପତ୍ତିକୁ ସମର୍ଥନ କରିଛି ଆମେରିକା ।

ଭାରତ କୁ ଫ୍ରାନ୍ସ ର ସମର୍ଥନ ମଧ୍ୟ ମିଳିଛି ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ସମର୍ଥନ ବାବଦରେ ଜଣାଇ କହିଛନ୍ତି ଯେ,“ଫ୍ରାନ୍ସ ସେନା ଭାରତ ସହିତ ରହିଛି ।”

ସେହିପରି ଜାପାନ, ଅଷ୍ଟ୍ରେଲିଆ ଏବଂ ଏସିଆନ୍ ଦେଶର ନେତା ମାନେ ଚୀନ କୁ ବିରୋଧ କରି ଭାରତ କୁ ନିଜର ସମର୍ଥନ ଜଣାଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୋଲବମ୍‌ କୁ ରାଜ୍ୟ ସରକାରଙ୍କ ନା...

Sat Jul 4 , 2020
ବାସ୍ତବ ବ୍ୟୁରୋ : ଏ ବର୍ଷ ବୋଲବମ୍‌ ଯାତ୍ରା ଉପରେ ରୋକ ଲଗାଇଲେ ରାଜ୍ୟ ସରକାର । ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ପୂରା ରାଜ୍ୟରେ ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ ନିଷେଧାଦେଶ ଜାରି କରାଗଲା ବୋଲି […]

You May Like

Pin It on Pinterest