ବାସ୍ତବ ବ୍ୟୁରୋ: ଆଜିଠାରୁ ଆରମ୍ଭ କରି ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ ରହିବ ବୋଲି ଘୋଷଣା କରିଛି କଟକ ମହାନଗର ନିଗମ(ସିଏମସି) । ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ ।ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ । ଜିନିଷ କିଣିବା ସମୟରେ ଲୋକେ ସାମାଜିକ ଦୂରତା ସହ ସତର୍କତା ଅବଲମ୍ବନ କରିବାକୁ କହିଛି ସିଏମସି । ଜରୁରୀ ନ ଥିଲେ କେହି ବାହାରକୁ ନବାହାରିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି ।

କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ହି ପଦକ୍ଷପ ନିଆଯାଇଛି । ସଟଡାଉନ କାଳରେ ଔଷଧ ଦୋକାନ ଖୋଲା ରହିବା ସହ ଜରୁରୀ ଜିନିଷର ଅନଲାଇନ ଡେଲିଭରିକୁ ଅନୁମତି ଦିଆଯାଇଛି । ଏହା ସହ ଜରୁରୀ ସେବା ଯେମିତିକି ପାଣି ଏବଂ ବିଦ୍ୟୁତ ଯୋଗାଣ ଅନ୍ୟ ଦିନ ଭଳି ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରି ଦିଆ ଯାଇଛି ।