୧- ଆଜି ରାଜ୍ୟର ୨୦ଟି ଜିଲ୍ଲାରୁ ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ କୁ ବୃଦ୍ଧି । ଏବେ ମୋଟ୍ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରହିଛି ।
୨-ଆଜି ରାଜ୍ୟରେ ଆଉ ୨ ଜଣଙ୍କର କରୋନାରେ ଜୀବନ ଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।
୩-ଆସନ୍ତା ଦୁଇ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ।
୪-ଐତିହାସିକ ରଥଯାତ୍ରା ଶେଷ। ରତ୍ନବେଦିରେ ଦାରୁବ୍ରହ୍ମ। ଆଜିଠୁ ମିଳିବ ନିଳାଚଳ ଅବଢ଼ା।
୫-ଆଜିଠାରୁ ପୁରୀ ଜିଲ୍ଲାକୁ ପ୍ରବେଶ ନିଷେଧ । ଜୁଲାଇ ୫ ଠାରୁ ଆସନ୍ତା ୩୧ ତାରିଖ ଯାଏଁ ବାହାର ରାଜ୍ୟର ଲୋକେ ପୁରୀ ଆସିବାକୁ ମନା ।
୬-ନୌବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପାରାଦୀପ ବନ୍ଦର ଦେଶର ଶ୍ରେଷ୍ଠ ବନ୍ଦର ମାନ୍ୟତା, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ।
୭-ରାଜଭବନରେ ୬ରୁ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ।
୮-ଜୁଲାଇ ୮ ଯାଏ ଓଡ଼ିଶା ହାଇକୋର୍ଟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।
୯-ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି।
୧୦-ପ୍ରସିଦ୍ଧ ଅମରନାଥ ଯାତ୍ରା ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହୋଇପାରେ ।
୧୧-କଟକ ଏସ୍ସିବିରେ ଖୋଲିବ ଫୁସ୍ଫୁସ୍ଜନିତ ରୋଗ ଚିକିତ୍ସା ଔଷଧୀୟ ସଂପର୍କିତ ଡକ୍ଟରେଟ୍ ପାଠ୍ୟକ୍ରମ, ପୂର୍ବ ଭାରତରେ ପ୍ରଥମ।
୧୨-ନୂଆଦିଲ୍ଲୀ:୨୦୧୯-୨୦ ଆର୍ଥିକ ବର୍ଷର ଆୟକରରିଟର୍ଣ ଦାଖଲ ଅବଧି ନଭେମ୍ବର ୩୦କୁ ବଢ଼ିଲା।
୧୩-ଆଜି ସମଗ୍ର ବିଶ୍ୱରେ ୧ କୋଟି ୧୩ ଲକ୍ଷ ୭୨ ହଜାର ୪ ଜଣ କରୋନା ଭାଇରସରୁ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୨ ହଜାର ୮୬୧ ଜଣଙ୍କର ମୃତ୍ୟୁ ହୋଇସାରିଛି । ୬୪ ଲକ୍ଷ ୩୩ ହଜାର ୯୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଲକ୍ଷ ୫ ହଜାର ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
୧୪-ଭାରତ-ଚୀନ୍ ସୀମା ବିବାଦ : ସୁଖୋଇ ଏବଂ ମିଗ୍ ଯୁଦ୍ଧ ବିମାନ ଉଡାଇ ଭାରତ ପ୍ରଦର୍ଶନ କଲା ସାମରିକ ଶକ୍ତି ।
୧୫-ଆଜି ଆମେରିକା ପାଳନ କରୁଛି ୨୪୪ତମ ସ୍ଵାଧିନତା ଦିବସ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶର ସମସ୍ତ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।




