ପାଣିପାଗ ଖବର

ବାସ୍ତବ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି, ଯାଜପୁର, ସୋନପୁର, ସମ୍ବଲପୁର, ଭଦ୍ରକ ଏବଂ ବରଗଡ଼ । ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ, ଆସନ୍ତାକାଲି ସୁଦ୍ଧା କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଭଳି ଜିଲ୍ଲା ଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ମଙ୍ଗଳବାର ଠାରୁ କଟକରେ ଆଣ୍ଟିଜେନ ଟେଷ୍ଟ

Sun Jul 5 , 2020
ବାସ୍ତବ ବ୍ୟୁରୋ : ଆସନ୍ତା ମଙ୍ଗଳବାର ଠାରୁ କଟକରେ ଥିବା ପ୍ରମୁଖ ହସ୍‌ପିଟାଲରେ ହେବ ଆଣ୍ଟିଜେନ ଟେଷ୍ଟ । ସଂକ୍ରମଣ ରୋକିବା ପାଇଁ ତଥା କରୋନା ମୁକାବିଲା ଲାଗି ଏସସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ, ଶିଶୁଭବନ ଓ ସିଟି ହସ୍‌ପିଟାଲରେ ଏହି ପରୀକ୍ଷା ହେବ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନାନୁଯାୟୀ, ଆଣ୍ଟିଜେନ୍‌ ଟେଷ୍ଟ ମାଧ୍ୟମରେ ଲୋକଙ୍କର ଠାରେ କୋଭିଡ ଷ୍ଟାଟସ ୨ରୁ ୩ ଘଣ୍ଟା […]

You May Like

Pin It on Pinterest