୧-ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୪ ରହିଛି ।
୨-କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୮ ଜଣଙ୍କ ଜୀବନ ଗଲାଣି ।
୩-ହୀରାକୁଦ ବନ୍ଧର ୩ଟି ପର୍ଯ୍ୟାୟରେ ୬ଟି ଗେଟ୍ ବନ୍ଦ କରି ଦିଆଯାଇଛି।

୪-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ଯାଏଁ ବର୍ଷା ଲାଗି ରହିବ ।
୫-ଝାରସୁଗୁଡ଼ା ଜିଲ୍ଲାରେ ସଟ୍ଡାଉନ୍ ଚାଲିଥିବା ବେଳେ କୋଭିଡ୍ ନିୟମକୁ ଉଲଙ୍ଘନ କରି ପ୍ରଶାସନ ପକ୍ଷରୁ ସହରରେ ଥିବା ୩ ଗୋଟି ନର୍ସିଂ ହୋମକୁ ସିଲ୍ କରାଯାଇଛି ।
୬-ଆସାମରେ ପ୍ରବଳ ବର୍ଷା ହେବା ଫଳରେ ୧୭ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
୭-ଭାରତ ଏବେ ବିଶ୍ୱର ତୃତୀୟ କୋଭିଡ – ୧୯ଦ୍ୱାରା ପ୍ରଭାବିତ ଦେଶ ହୋଇଛି । ପ୍ରଥମ ସ୍ଥାନରେ ଆମେରିକା ଥିବା ବେଳେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି ।
୮-ସମଗ୍ର ଦେଶରେ ୬୯୭୪୧୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୧୯୬୯୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୨୮୭ ରହିଛି ।
୯- ଏବେ ଚାଇନାରୁ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି ।ଏହି ରୋଗର ନାଁ Bubonic Plague ବା ବ୍ୟୁବୋନିକ ପ୍ଲେଗ ।
