ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୬ଟି ଜିଲ୍ଲାରୁ ପୁଣି ୫୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ।  ୬୭୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୬୦ ରହିଛି ।

୨-କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି।

୩-ଭୁବନେଶ୍ୱର:ଆରମ୍ଭ ହେଲା ରାଜ୍ୟରେ ଖର୍ଚକାଟ: ବିମାନ ଓ ଟ୍ରେନ୍ ଯାତ୍ରାରେ କଟକଣା, ନୂଆ ନିଯୁକ୍ତି ଓ ଗାଡ଼ି କିଣା ବନ୍ଦ।କରୋନା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଲାଗିଲା ଆର୍ଥିକ କଟକଣା।

୪-ସିଲ୍‌ ହେଲା ଗଞ୍ଜାମ – ଖୋର୍ଦ୍ଧା ବର୍ଡର ସିଲ୍‌ ହେଲା ଗଞ୍ଜାମ – ଖୋର୍ଦ୍ଧା ବର୍ଡର ।

୫-ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ କଟକଣା, ଚାକିରି ସମ୍ବନ୍ଧୀୟ ଅଭିଯୋଗ ସାର୍ବଜନୀନ କରିପାରିବେ ନାହିଁ ।

୬-ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ ।

୭-ମୋ ସରକାରରେ ସାମିଲ ହେଲା କରୋନା ପରିଚାଳନା : କୋଭିଡ୍ କେୟାର ହୋମ୍‌ର ତଦାରଖ ପାଇଁ Online Entry ବ୍ୟବସ୍ଥା।

୮-ସମ୍ବଲପୁର ସ୍ଥିତ ବୁର୍ଲାର ୩ରୁ ୭ନମ୍ବର ୱାର୍ଡ଼ ସଟଡ଼ାଉନ ଘୋଷଣା କରାଯାଇଛି ।

୯-ଶବକୁ ମନା ସ୍ୱର୍ଗଦ୍ୱାର, କଟକଣା ଜାରି କଲେ ପୁରୀ ଜିଲ୍ଲାପାଳ।

୧୦-କଟକରେ ବଢ଼ାଗଲା ସଟ୍‌ଡାଉନ୍ ଅବଧି; ୧୦ ତାରିଖ ଯାଏ କଟକଣା‌, ଟ୍ଵିିଟ୍ କରି ଜଣାଇଲା ସିଏମ୍‌ସି।

୧୧-ଭୁବନେଶ୍ୱର:୭ ଜଣ କର୍ମଚାରୀ କରୋନା ପଜିଟିଭ ପରେ ସିଲ ହେଲା ଟେକ ମହିନ୍ଦ୍ରା ଅଫିସ।

୧୨-ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମରେ ପୁଣି ପରିବର୍ତ୍ତନ ଆଣିଲା ଷ୍ଟେଟ୍‌ ବ୍ୟାଙ୍କ୍‌, ଅଧିକ ଥର ଉଠିଲେ କଟିବ ଟଙ୍କା।

୧୩-ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ମୋଟର ଯାନ ଟିକସ ପଇଠ ଅବଧି।

୧୪-ସ୍କୁଲରେ କମିଲା ପାଠ: ନବମରୁ ଦ୍ୱାଦଶ ଯାଏଁ ୩୦% ପାଠ୍ୟକ୍ରମ ହ୍ରାସ କଲା CBSE।

୧୫-କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହେଲା ଭୁବନେଶ୍ଵର ଆରଟିଓ-୧ ଅଫିସ୍‌ ଓ ଆଇସିଆଇସିଆଇ ବ୍ୟାଙ୍କ।

୧୬-ବ୍ରହ୍ମପୁର ଓ ଗଞ୍ଜାମ ସହରାଞ୍ଚଳ ପାଇଁ କଟକଣା, ୯ ରୁ ୧୩ ସଟ୍‌ଡାଉନ୍‌।

୧୭- ନୂଆ ଦିଲ୍ଲୀ: ନିଜର ୨୦୦ କର୍ମଚାରୀ ଓ ପରିବାରକୁ ଆମେରିକାରୁ ଫେରାଇ ଆଣିଲା ଇନଫୋସିସ୍, ଖାଲି କରୁଛି ନିଜର ସବୁଠୁ ବଡ ଅନ୍ତରାଷ୍ଟ୍ରୀୟ ବଜାର।

୧୮-ସମଗ୍ର ଦେଶରେ ୭୪୨୪୧୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪୫୬୮୩୦ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୦୬୪୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୯୪୪ ରହିଛି ।

୧୯-ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କରୋନା ମହାମାରୀର ଶିକାର ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆହୁରି ୩ମାସ ମିଳିବ ମାଗଣା ଏଲପିଜି ସିଲିଣ୍ଡର

Wed Jul 8 , 2020
ବାସ୍ତବ ବ୍ୟୁରୋ : ଆହୁରି ୩ମାସ ମିଳିବ ମାଗଣା ଏଲପିଜି ସିଲିଣ୍ଡର । କେବଳ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ନୁହେଁ ବରଂ ଅନ୍ୟ ଦୁଇ ଯୋଜନାର ସମୟ ସୀମା ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟରେ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ […]

You May Like

Pin It on Pinterest