୧-ସ୍ପଷ୍ଟୀକରଣ ଦେଲା ଅର୍ଥ ବିଭାଗ – ନୂଆ ନିଯୁକ୍ତି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂରଣ କରାଯିବ ।
୨-୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଓଡ଼ିଶାରେ ପହଞ୍ଚିଲା ।
୩-ଲୋକଙ୍କୁ ସରକାରୀ ଅଫିସ ଆସିବାକୁ ପଡ଼ିବ ନାହିଁ, ସମସ୍ତ ସେବା ଅକ୍ଟୋବର ୨ ସୁଦ୍ଧା ଅନଲାଇନରେ ଉପଲବ୍ଧ ହେବ : ମୁଖ୍ୟମନ୍ତ୍ରୀ ।
୪-ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ସସପେଣ୍ଡ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ଆଇପିଏସ ବସନ୍ତ ରଥ ନିଲମ୍ବିତ ।

୫-କରୋନା ସଂକ୍ରମଣ ଜନିତ ସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ରେଳ ଷ୍ଟପେଜରେ ଯାତ୍ରୀବାହୀ ଟ୍ରେନ୍ର ରହଣିକୁ ତୁରନ୍ତ ରଦ୍ଦ କରିବାକୁ କୁହାଯାଇଛି ।
୬-ମହାମାରୀ କରୋନା କାରଣରୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍ଲାଇନ୍ ପଞ୍ଜୀକରଣ ଅବଧି ଜୂଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
୭-WHOରୁ ଆନୁଷ୍ଠାନିକ ହଟିଲା ଆମେରିକା, ଜାତିସଂଘ ମହାସଚିବଙ୍କୁ ଦିଆଗଲା ସୂଚନା ।
୮-ପୁଣି ଷ୍ଟାଡିୟମକୁ ଫେରିଲା କ୍ରିକେଟ୍, ଖେଳାଗଲା ଇଂଲଣ୍ଡ vs ୱେଷ୍ଟଇଣ୍ଡିଜ୍ ଟେଷ୍ଟ ।
୯-ନିରବ ମୋଦୀର ୩୨୯ କୋଟିର ସଂପତ୍ତି ଜବତ କଲା ଇଡି, ଜବତ ସଂପତ୍ତି ମଧ୍ୟରେ ରହିଛି ୫ଟି ଫ୍ଲାଟ, ଜମି ଓ ଫାର୍ମହାଉସ ।
୧୦-କରୋନା ମହାମାରୀକୁ ନଜରରେ ରଖି ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି।
୧୧-ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାମୟିକ ଋଣ ଉପରେ ସୁଧ ହ୍ରାସ କରିଛି।
୧୨-WHO ମାନିଲା: ବାୟୁ ଦ୍ୱାରା ବି ବ୍ୟାପିପାରେ କରୋନା ଭୂତାଣୁ।
୧୩-ବରିଷ୍ଠ ହାସ୍ୟ ଅଭିନେତା ତଥା ଘରେ ଘରେ ଜଗଦୀପ ନାମରେ ପରିଚିତ ସୟଦ୍ ଇସ୍ତଆକ୍ ଅହମ୍ମଦ ଜାଫରିଙ୍କ ପରଲୋକ ହୋଇଛି।
୧୪-ପୂର୍ବ ଲଦାଖର ପଙ୍ଗୋଙ୍ଗ ହ୍ରହ ନିକଟରେ ଡେରା ପକାଇ ବସିଥିବା ଚାଇନିଜ୍ ସୈନ୍ୟମାନଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି।
୧୫-ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ ୮୯ଟି ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଲା ।
