ରାଜ୍ୟରେ ନୂଆ ୫୭୭ କରୋନା ପଜିଟିଭ ଚିହ୍ନଟ

ବାସ୍ତବ ବ୍ୟୁରୋ-ଆଜି ରାଜ୍ୟରେ ୨୨ଟି ଜିଲ୍ଲାରୁ ନୂଆ ୫୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ପାର କରିଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୧୬୧ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଗଞ୍ଜାମ ଜିଲ୍ଲାରୁ  ସର୍ବାଧିକ ୨୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮, ବାଲେଶ୍ୱର ଜିଲ୍ଲାରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକ, ମୟୂରଭଞ୍ଜ ଜିଲ୍ଲାରୁ ୧୪, ଯାଜପୁର ଜିଲ୍ଲାରୁ ୯, ଅନୁଗୁଳ, ଗଜପତି, ଜଗତସିଂହପୁର ଜିଲ୍ଲାରୁ ୭, କୋରାପୁଟରୁ ୬, ବୌଦ୍ଧ, ପୁରୀ ଜିଲ୍ଲାରୁ ୫, ଢ଼େଙ୍କାନାଳ ଜିଲ୍ଲାରୁ ୪, କେନ୍ଦ୍ରାପଡ଼ା, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏ ଓ  ଭଦ୍ରକ ଜିଲ୍ଲାରୁ ୨ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଝାରସୁଗୁଡ଼ା,  କନ୍ଧମାଳ, ମାଲକାନଗିରି ଓ ନୟାଗଡ଼ ଜିଲ୍ଲାରୁ  ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧ରେ ପହଞ୍ଚିଥିବା ବେଳେ ୭୦୦୬ ଜଣ ସୁସ୍ଥ ହୋଇ ସାରିଲେଣି। ୪୧୨୮ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଆଉ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଛକୁ ଫେରୁଛି ଡ୍ରାଗନ..

Thu Jul 9 , 2020
ବାସ୍ତବ ବ୍ୟୁରୋ- ଧୀରେ ଧୀରେ ଏଲଏସିରୁ ପଛକୁ ହଟୁଛି ଡ୍ରାଗନ । ଚୀନ୍ ଏବଂ ଭାରତୀୟ ସେନା ଦ୍ୱାରା ଅନେକ ଥର ବୈଠକ ହେବା ପରେ ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ରେ ଦୁଇ ଦେଶ ମଧ୍ୟରେ ଥିବା ସ୍ଥିତି ବଦଳୁଛି । ସୋମବାର ହଟ୍ ସ୍ପ୍ରିଙ୍ଗ୍ସରୁ ଚୀନ୍ ସେନା ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା ଗୁରୁବାର ଶେଷ ହୋଇଛି । ସୂଚନାନୁଯାୟୀ, “ଭାରତ-ଚୀନ୍ ବିବାଦ ମଧ୍ୟରେ ଗୁରୁବାର […]

You May Like

Pin It on Pinterest