ଆଜି ରାଜ୍ୟରେ ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

ବାସ୍ତବ ବ୍ୟୁରୋ : ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ୨୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୫୦୮ଜଣ ସଙ୍ଗରୋଧ କେନ୍ଦ୍ରର । ଏଣେ ରାଜ୍ୟରେ ମୋଟ୍ ୭୪୦୭ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୭୬ ରହିଛି । ଏହାରି ମଧ୍ୟରେ ଆଜି ଆହୁରି ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ ଜଣଯାକ ମୃତକ ଗଞ୍ଜାମ ଜିଲ୍ଲାର । ଏହା ଫଳରେ ସମଗ୍ର ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦, ଯାଜପୁର ଜିଲ୍ଲାରୁ ୮୬, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, କଟକ ଜିଲ୍ଲାରୁ ୫୫, ଖୋର୍ଦ୍ଧା ଜିଲ୍ଲାରୁ ୫୯, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ୱର ଜିଲ୍ଲାରୁ ୯, ବରଗଡ଼ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୧୨, ଦେବଗଡ଼ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୪, ଗଜପତି ଜିଲ୍ଲାରୁ ୩୦, ଜଗତସିଂହପୁର ଜିଲ୍ଲାରୁ ୫, କନ୍ଧମାଳ ଜିଲ୍ଲାରୁ ୨, କୋରାପୁଟ ଜିଲ୍ଲାରୁ ୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, ମାଲକାନଗିରି ଜିଲ୍ଲାରୁ ୧୮, ମୟୂରଭଞ୍ଜ ଜିଲ୍ଲାରୁ ୧୨, କେନ୍ଦୁଝର ଜିଲ୍ଲାରୁ ୩୨, ନୟାଗଡ଼ ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୧୧ ଓ ସମ୍ବଲପୁର ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ଖବର...

Fri Jul 10 , 2020
ବାସ୍ତବ ବ୍ୟୁରୋ : ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି କି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ତଥା ଉତ୍ତର ଉପକୂଳ ଓଡିଶାର କିଛି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା […]

You May Like

Pin It on Pinterest