ନର୍ଲା ନିର୍ବାଚନ ମଣ୍ଡଳୀର ତୁଲାପଡା ଠାରେ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ.

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବକିଥିବାବେଳେ ଆଜି ପ୍ରଚାରର ଶେଷ ଦିନରେ ନର୍ଲା ନିର୍ବାଚନ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମା ମାନିକେଶ୍ୱରୀ ଙ୍କ ଦର୍ଶନ ପରେ ନର୍ଲା ନିର୍ବାଚନୀ କ୍ଷେତ୍ରରେ ତୁଲାପଡା ଖେଳ ପଡିଆ ଠାରେ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ଗତାନୁଗତିକ ଭାବେ ” ଆପନ ମାନେ ଭଲତୋ ” କହି ଅଭିଭାଷଣ ରଖିଥିଲେ ନବୀନ ।

କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଏବଂ ନର୍ଲା ବିଧାୟକ ପ୍ରାର୍ଥୀ ଭୁପିନ୍ଦର ସିଂ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣଙ୍କ ନିକଟରେ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ନିଶ୍ଚିତ ଭାବେ କାଳିଆ ଯୋଜନା ଟଙ୍କା ପଡିବ ବୋଲି ଜନତାଙ୍କୁ ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ଯୋଜନା ସବୁ ଘୋଷଣା କରିଛନ୍ତି ନବୀନ । ଉକ୍ତ ନିର୍ବାଚନୀ ସଭାରେ ପ୍ରାୟ ୧୦ ହଜାର ଲୋକ ସମାଗମ ହୋଇଥିଲେ.

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବି.ଜେ.ଡି ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ|

Wed Apr 10 , 2019
କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲାର ଲୋକସଭା ଓ ୫ ବିଧାନସଭା ପାଁଇ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଆଜି ଜୟପାଟଣା ଠାରେ ନିର୍ବାଚନୀ ସ୍କ୍ୱାର୍ଡ ଦ୍ୱାରା ଏକ ଇନୋଭା ଗାଡ଼ିରୁ ଲାଞ୍ଜିଗଡ ବି.ଜେ.ଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଙ୍କ ସମର୍ଥକ ଗାଡି OR 02 BC 2442 ଇନୋଭା ଗାଡ଼ିରୁ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ବେଳେ ବି.ଜେ.ଡି […]

You May Like

Pin It on Pinterest