ରାଜଧାନୀରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ….

ବାସ୍ତବ ବ୍ୟୁରୋଆଜି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ  । ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ । ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି ସେମାନଙ୍କଠାରୁ କରାଯିବ ସେରୋ ସର୍ଭେଲାନ୍ସ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକେ, ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମୀ, ସୁରକ୍ଷା କର୍ମୀ, ଦୋକାନୀ, ଡ୍ରାଇଭର, ବିମାନବନ୍ଦର କର୍ମଚାରୀ, ବସ୍ତି ଅଞ୍ଚଳ ଓ କଣ୍ଟେନମେଣ୍ଟ ଜୋନରୁ ପ୍ରାଥମିକ ପର୍ଯ୍ୟାୟରେ ନମୁନା ସଂଗ୍ରହ ହେବ । ଏଥିପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀର ବିଭିନ୍ନ ୱାର୍ଡ଼ରେ ବୁଲିବୁଲି ଲ୍ୟାବ ଅଧିକାରୀ ନମୁନା ସଂଗ୍ରହ କରୁଛନ୍ତି  ତେବେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ପୁଣି ଆଉ ୪ ସପ୍ତାହ ପରେ ଆଉ ୨୫୦୦ ଲୋକଙ୍କ ଟେଷ୍ଟ କରାଯିବ 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Jul 12 , 2020
୧-ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି । ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି । ୨-ଆଜି ରାଜ୍ୟରେ କରୋନା ଯୋଗୁ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ୩- ୧୩ ଓ […]

You May Like

Pin It on Pinterest