୧-ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି । ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି ।
୨-ଆଜି ରାଜ୍ୟରେ କରୋନା ଯୋଗୁ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି।
୩- ୧୩ ଓ ୧୪ ତାରିଖ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଟ୍ରପ୍ ଲାଇନ୍ ଧୀରେଧୀରେ ଦକ୍ଷିଣ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
୪-କରୋନା ଚିକିତ୍ସା ପାଇଁ ଓଡ଼ିଶାର SCBରେ ପ୍ଲାଜ୍ମା ଥେରାପି ଚିିକିତ୍ସା ଆରମ୍ଭ।
୫-ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍ପ୍ରେରକ: ମୁଖ୍ୟମନ୍ତ୍ରୀ
୬-ପୁରୀ:250 ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ। ଜୁଲାଇ ଓ ଅଗଷ୍ଟ ରେ ମିଳିବ 5 ହଜାର ଆର୍ଥିକ ସହାୟତା।
୭-ବୈଷୟିକ ପାଠ୍ୟକ୍ରମର ଶିକ୍ଷା ବର୍ଷ ବଦଳିଲା,ଅକ୍ଟୋବର 15ରୁ ପାଠପଢ଼ା।
୮-କରୋନା କବଳରେ ବଚ୍ଚନ ପରିବାର : ବିଗ୍ ବିଙ୍କ ପରେ ପୁଅ ଅଭିଷେକ ସଂକ୍ରମିତ।
୯-ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ବାସଭବନରେ କାର୍ଯ୍ୟ କରୁଥିବା ୧୬ଜଣ କର୍ମଚାରୀ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
୧୦-ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୯,୫୫୩ରେ ପହଞ୍ଚିଛି । ଏବେ ୨୯୨୨୫୮ଟି ସକ୍ରିୟ ମାମଲା ରହିଥିବା ବେଳେ ୫୩୪୬୨୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।୨୨ ହଜାର ୬୭୪ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା ।
୧୧-ହାର୍ଦ୍ଦିକ ପଟେଲ ଗୁଜରାଟ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି।
୧୨-ଲସଏଞ୍ଜଲେସ୍:କାୟା ମେଲାଉଛି କରୋନା,ସଂକ୍ରମଣ ଭୟରେ ଜେଲ୍ରୁ ମୁକ୍ତ ହେବେ ୮୦୦୦ କଏଦୀ।





