ପାଣିପାଗ ଖବର

ବାସ୍ତବ ବ୍ୟୁରୋ : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋନପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ଥିବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି କି, ଆସନ୍ତା ଜୁଲାଇ ୧୩ ରୁ ୧୫ ତାରିଖ ମଧ୍ୟରେ କରୋପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ,ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି,ନୂଆପଡ଼ା,କେନ୍ଦ୍ରାପଡ଼ା,କନ୍ଧମାଳ ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭବାନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡିକରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଶ୍ୱର ପ୍ରଥମ କରୋନା ଟିକାର ପରୀକ୍ଷା ସଫଳ..

Sun Jul 12 , 2020
ବାସ୍ତବ ବ୍ୟୁରୋ: ସଫଳ ହେଲା ବିଶ୍ୱର ପ୍ରଥମ କରୋନା ଟିକାର ପରୀକ୍ଷା । ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଟ୍ରାନ୍‌ସ୍‌ଲେସ୍‌ନାଲ୍‌ ମେଡିସିନ୍ ଆଣ୍ଡ୍‌ ବାୟୋଟେକ୍ନୋଲୋଜି’ର ନିର୍ଦେଶକ ଭାଦିମ ତାରାସୋଭ୍ ‘ସ୍ପୁଟ୍‌ନିକ୍ ନିଉଜ୍‌’କୁ କହିଛନ୍ତି କି, ‘ସେଚେନୋଭ୍ ଫାଷ୍ଟ୍‌ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍‌ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଅଛି । ଜୁନ୍ ୧୮ ତାରିଖ ଦିନ, ରୁଷ୍‌ର ‘ଗା‌ମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡେମିଓଲୋଜି ଆଣ୍ଡ୍‌ […]

You May Like

Pin It on Pinterest