ବାସ୍ତବ ବ୍ୟୁରୋ: ସଫଳ ହେଲା ବିଶ୍ୱର ପ୍ରଥମ କରୋନା ଟିକାର ପରୀକ୍ଷା । ‘ଇନ୍ଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସ୍ଲେସ୍ନାଲ୍ ମେଡିସିନ୍ ଆଣ୍ଡ୍ ବାୟୋଟେକ୍ନୋଲୋଜି’ର ନିର୍ଦେଶକ ଭାଦିମ ତାରାସୋଭ୍ ‘ସ୍ପୁଟ୍ନିକ୍ ନିଉଜ୍’କୁ କହିଛନ୍ତି କି, ‘ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଅଛି ।
ଜୁନ୍ ୧୮ ତାରିଖ ଦିନ, ରୁଷ୍ର ‘ଗାମାଲେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି’ ଦ୍ବାରା ଉତ୍ପାଦିତ ଏହି ଟିକାର ଡାକ୍ତରୀ ପରୀକ୍ଷା କରାଯାଇଥିଲା।
ଭାଦିମ ତାରାସୋଭ୍ ଗଣମାଧ୍ୟମକୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେଚେନୋଭ୍ ବିଶ୍ବବିଦ୍ୟାଳୟ କରୋନାଭାଇରସ୍ ବିରୋଧରେ ବିଶ୍ବର ପ୍ରଥମ ଟିକାକୁ ଭଲ୍ୟୁଣ୍ଟର୍ସମାନଙ୍କ ଶରୀରରେ ସଫଳ ପରୀକ୍ଷା ସମ୍ପୂର୍ଣ୍ଣ କରାଯାଇସାରିଛି । ପରୀକ୍ଷିତ ସ୍ୱେଚ୍ଛାସେବୀଙ୍କୁ ୨ଟି ପର୍ଯ୍ୟାୟରେ ଡିସଚାର୍ଜ କରାଯିବ । ପ୍ରଥମ ଦଳର ସ୍ୱେଚ୍ଛାସେବୀ ମାନଙ୍କୁ ବୁଧବାର ଦିନ ଏବଂ ଦ୍ବତୀୟ ଦଳର ସ୍ୱେଚ୍ଛାସେବୀମାନଙ୍କୁ ଜୁଲାଇ ୨୦ ଦିନ ଡିସଚାର୍ଜ କରାଯିବ । ସିଚେନୋଉ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାବି ହୋଇଛି କି,ଏହି ଟୀକା ମଣିଷ ପାଇଁ ନିରାପଦ ।




