ଆଜିର ଖାସ୍ ଖବର

୧-ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ନୂତନ ୬୧୬ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ୧୩,୭୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫୦ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ୪୮୯୬ଟି କରୋନା ସକ୍ରିୟ ମାମଲା ରହିଛି।

୨-ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି।

୩-ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲଟି ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ।

୪-ମୟୂରଭଞ୍ଜର ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ।

୫-ୟୁଜି, ପିଜି ପରୀକ୍ଷାକୁ ନେଇ ବିବାଦ : କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

୬-ହଟସ୍ପଟ ଜିଲ୍ଲାର ଲୋକମାନଙ୍କୁ ନୟାଗଡ ଯିବାକୁ ମନା ।

୭-ଚାରି ଦିନର ବ୍ୟବଧାନ ପରେ ଡିଜେଲ ଦର ପୁଣି ବୃଦ୍ଧି,୧୨ ପଇସା ବୃଦ୍ଧି ଫଳରେ ଡିଜେଲ ଦର ୭୯ଟଙ୍କା ୪ ପଇସା ଛୁଇଁଲା ।

୮-COVID-19 ର ପ୍ରଭାବ, ରାଜଧାନୀରେ ଦୁର୍ଘଟଣା ୬୬ ପ୍ରତିଶତ ହ୍ରାସ, ପ୍ରଥମ ତ୍ରୈମାସରେ ୧୮୯, ଦ୍ବିତୀୟରେ ୬୪ ପ୍ରତିଶତ ହ୍ରାସ ।

୯-BPUT ପରୀକ୍ଷା ସର୍ତ୍ତାବଳୀରେ ପରିବର୍ତ୍ତନ,ଗୋଟାଏ ସପ୍ତାହ ଘୁଞ୍ଚାଇବା ଫଳରେ ଜୁଲାଇ ୨୨, ୨୩, ୨୪, ୨୭ ଏବଂ ୨୮ ତାରିଖରେ ପରୀକ୍ଷା କରିବାର ନିଷ୍ପତ୍ତି ।

୧୦-ଏଣିକି ନୂଆଗାଡି କିଣିଲେ ଫାଷ୍ଟଟ୍ୟାଗ କ୍ୟାପଚର୍ସ ହେବ ବାଧ୍ୟତାମୂଳକ, ସଡକ ପରିବହନ ମନ୍ତ୍ରଣାଳୟର ନିର୍ଦ୍ଦେଶ ।

୧୧-ରାଜସ୍ଥାନରେ ଶାସକ କଂଗ୍ରେସ ସରକାରରେ ରାଜନୈତିକ ସଙ୍କଟ

୧୨-ବଦଳିଲା ବିମାନ ଯାତ୍ରା ନିୟମ, ଯାତ୍ରା କରିବାର ୩ ସପ୍ତାହ ପୂର୍ବରୁ ଯାତ୍ରୀ କୋଭିଡ ପଜିଟିଭ ନ ଆସିଥିଲେ ହିଁ ଯାତ୍ରା କରିପାରିବେ ।

୧୩-ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୭୮ ହଜାର ୨୫୪ ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ୧୭୪ କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୫୩ ହଜାର ୪୭୧ ଜଣ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୦୧ ହଜାର ୬୦୧ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

୧୪-ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶ ଅନ୍ତର୍ଗତ ସାନ୍‌ ଡିଏଗୋ ‌ନୌସେନା ଘାଟିରେ ଏକ ଯୁଦ୍ଧପୋତରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ ୨୧ଜଣ ଲୋକ ସାମାନ୍ୟ ଆହତ ।

୧୫-ଚୀନ୍‌ରେ ପୁଣି ବ୍ୟାପିଲା କରୋନା, ସମସ୍ତ ୭ ପଜିଟିଭ୍ ଫେରିଥିଲେ ବିଦେଶରୁ ।

୧୬-ଇଂଲିଶ୍ ଟିମ୍‌କୁ ତା’ ଘରେ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍ ୪ ୱିକେଟ୍‌ରେ ହରାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ର ଚମତ୍କାର ପ୍ରତ୍ୟାବର୍ତନ, ପ୍ରଥମ ନେତୃତ୍ବରେ ବେନ୍ ଷ୍ଟୋକ୍ସ ବିଫଳ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷାମନ୍ତ୍ରୀ

Mon Jul 13 , 2020
ବାସ୍ତବ ବ୍ୟୁରୋ :ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ପରୀକ୍ଷା ରେଜଲ୍ଟ । ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି କି, ମ୍ୟାଟ୍ରିକ୍‌ ଖାତା ଦେଖା ସରିଯାଇଛି, ଏବେ ଟାବୁଲେସନ ଚାଲିଛି । ଅପରପକ୍ଷ ରେ,ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ । ମ୍ୟାଟ୍ରିକ୍‌ […]

You May Like

Pin It on Pinterest